ଭକ୍ତିଗୀତ ‘ପ୍ରାୟଶ୍ଚିତ’ର ଗୀତଦୃଶ୍ୟ ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ନିବେଦିତ ଅଭୁଲା ସ୍ୱରରେ ଭାବସଙ୍ଗୀତ ‘ପ୍ରାୟଶ୍ଚିତ’ର ଦୁଇଟି ଗୀତର ଗୀତଦୃଶ୍ୟ ଲୋକାର୍ପିତ ହୋଇଯାଇଛି । ଗୀତ ଦୁଇଟି ହେଉଛି ଶିବ ରଥଙ୍କ କଣ୍ଠରେ ‘ମୁଁ ମରିଗଲେ ଦୁନିଆ କହିବ ପାପୀଟିଏ ମରିଗଲା’ ଏବଂ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ‘ହଜିଯିବ ଧନ ଯଉବନ •ଲିଯିବ ଦିନେ ଏ ଜୀବନ’ । ଗୀତିକାର ସତ୍ୟ ପାଣିଗ୍ରାହୀଙ୍କ ଏହି ଭକ୍ତିଗୀତର ସ୍ୱର ସଂଯୋଜନା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଯଜ୍ଞ । ପ୍ରଥମ ଗୀତଟିରେ କୋରିଓଗ୍ରାଫି କରିଛନ୍ତି ପ୍ରିୟାଂଶୁ ପ୍ରିୟଦେବ ଏବଂ ଅଭିନୟ କରିଛନ୍ତି ଅମିତ୍ ଓ ରାଣୀ । ଆଜି ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଗୁରୁଦ୍ୱାର ନିକଟରେ ଥିବା ଶ୍ରୀଗଣେଶ ପୂଜାମଣ୍ଡପ ପରିସରରେ ଉକ୍ତ ଗୀତଦୃଶ୍ୟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ କବି ଓ ଗାଳ୍ପିକ ଅଜୟ ସ୍ୱାଇଁ, ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ, ଇଂ ଲାୟନ ବିପିନ ବିହାରୀ ନାୟକ, ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ବିପିନ ବିହାରୀ ମିଶ୍ର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ସଙ୍ଗୀତ ନିର୍ଦ୍ଦେଶକ ଯଜ୍ଞ, ଓଲିଓଡ୍ର କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଏହି ଭକ୍ତି ସଙ୍ଗୀତ ଓ ଏହାର ଗୀତଦୃଶ୍ୟର ସମସ୍ତ ସ୍ରଷ୍ଟାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ସମୟରେ ଏଭଳି ଭକ୍ତି ସଙ୍ଗୀତ ଶ୍ରୋତା ଦର୍ଶକଙ୍କ ପାଖରେ ପହଞ୍ôଚବା ଉଚିତ୍ । ବିଜ୍ଞାନ ନିବଦ୍ଧ ଓ ବ୍ୟସ୍ତବିବ୍ରତ ଜୀବନଧାରାରୁ ବାହାରି ମଣିଷ ଏଭଳି ଭଜନ ମାଧ୍ୟମରେ ହିଁ ନିଜକୁ ଈଶ୍ୱରଭିମୁଖୀ କରିପାରିବ ବୋଲି ସେମାନେ ମତ ଦେଇଥିଲେ । ଉତ୍ସବରେ ଉପସ୍ଥାପନା କରିଥିଲେ କବି ଓ ନାଟ୍ୟ କଳାକାର ଦେବ ପାତ୍ର । ଉତ୍ସବ ପରି•ଳନା କରିଥିଲେ ବାଳକୃଷ୍ଣ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ