କଳା ଦିବସ ପାଳିଲେ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ, ଅଣ ଶିକ୍ଷକ କର୍ମ•ରୀ ସଂଘ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସରକାର ସମସ୍ୟା ନଶୁଣିବାରୁ ଗୁରୁ ଦିବସକୁ କଳା ଦିବସ ପାଳିଲେ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମ•ରୀ ସଂଘ । ଏନେଇ ବାଲେଶ୍ୱର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଦେବଗଡ଼, ରାୟପୁର, ବରଗଡ଼, ସମ୍ବଲପୁର, ପୁରୀ, ସୁନ୍ଦରଗଡ଼, ଗାମ, ବରମପୁର, ରାୟଗଡ଼ା, ଗଜପତି, ଭଦ୍ରକ, ମୟୁରଭ, କେଉଁଝର, ଯାଜପୁର ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ବିଭିନ୍ନ ଜିଲ୍ଲାର ବିଭିନ୍ନ କଲେଜରେ ଗୁରୁଦିବସକୁ କଳା ଦିବସ ପାଳନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ କଲେଜରେ ୧ଜୁନ୍ ୨୦୦୮ମସିହାରୁ ୩୦ନଭେମ୍ବର ୨୦୧୩ ମସିହା ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମ•ରୀମାନେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛୁ । ଓଡ଼ିଶାର ପ୍ରାୟ ୩ ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମ•ରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରୁଛୁ । ସରକାରଙ୍କ ନିୟମ ଅନୁଯାୟୀ ୭ ଘଂଟା କାର୍ଯ୍ୟ କରିବା ସହ ବାୟାମେଟ୍ରିକ୍ ଦେଉଅଛୁ । ଏଥି ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମ•ରୀଙ୍କ ସ୍ଥାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହାଁନ୍ତି । ୧ଜୁନ୍ ୨୦୦୮ମସିହାରୁ ୩୦ନଭେମ୍ବର ୨୦୧୩ମସିହା ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମ•ରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ଦାବି କରାଯାଇଛି । ସରକାର ଦାବି ନଶୁଣିଲେ ସଂଘ ପକ୍ଷରୁ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଡ଼ ଦେବ ବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ ପ୍ରମୁଖ ଏହି ଚେତାବନୀ ଦେଇଛନ୍ତି ।


