ଗୋଆ ରାଜନୀତି ଏବେ ରୋଚକ ସ୍ଥିତିରେ !

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ କଂଗ୍ରେସ ସରକାର ଗଢିବା ପାଇଁ ଦାବି କରୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ଗୋଆ ଉପବାଚସ୍ପତି ମାଇକେଲ ଲୋବୋ ଏହା କହିଛନ୍ତି। ପାରିକରଙ୍କ ସ୍ଥାନରେ କାମତ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ସେ ମୁଖ୍ୟମନ୍ତ୍ରୀ ହେବେ କି ଆଉ କିଏ ହେବେ ତାହା କେନ୍ଦ୍ର ନେତୃତ୍ବ ସ୍ପଷ୍ଟ କରିବ ବୋଲି ଉପବାଚସ୍ପତି କହିଛନ୍ତି।
ନିକଟରେ କଂଗ୍ରେସର ୩ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ କାମାତ ମୁଖ୍ୟମନ୍ତ୍ରୀ ଥିଲେ ତେଣୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଆଣି ଅନ୍ୟାନ୍ୟ ଦଳର ବିଧାୟକଙ୍କୁ ବିଜେପିରେ ସାମିଲ କରିବା ପାଇଁ ବିଜେପି ଚେଷ୍ଟା କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ