ମୃତ ଘୋଷଣା ମଣିଷକୁ ପୋଷ୍ଟ ମର୍ଟମ ପୁର୍ବରୁ …

ଭଦ୍ରକ ଜିଲ୍ଲା ମେଡିକାଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରିଥିବା ବ୍ୟକ୍ତିଙ୍କୁ ପୋଷ୍ଟ ମର୍ଟମ କରିବାକୁ ନେବା ସମୟରେ ଚାଲିଆସିଲା ଜୀବନ । ସୂଚନା ଅନୁସାରେ ସୁଜିତ ଅସୁସ୍ଥ ଥିବାରୁ ପରିବାର ଲୋକେ ନିକଟସ୍ଥ ମେଡିକାଲରେ ଭତ୍ତି କରିଥିଲେ । ଏହା ର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଜୀବିତ ବ୍ୟକ୍ତିଙ୍କୁ ମୃତ୍ୟୁ ଘୋଷଣା କରିବା ନିତାନ୍ତ ଦୁର୍ଭାଗ୍ୟ ଜନକ । ଏହି ଘଟଣା ପରେ ସୁଜିତ ଙ୍କ ଭାଇ ଟାଉନ ଥାନାରେ ଏତଲା ଦେଇଛନ୍ତି । ମୃତ ଘୋଷଣା କରିଥିବା ସୁଜିତଙ୍କୁ ଡାକ୍ତର ଶବବ୍ୟବଛେଦ ପାଇଁ ଯାଉଥିବା ସମୟରେ ରୋଗୀର ଚେତା ଆସିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ