ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୁଲଣା ରାଧାକୃଷ୍ଣ ଆଶ୍ରମ ଠାରେ ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜଙ୍କ ସଂଯୋଜନାରେ ଭାରତୀୟ ଜନସଂଘର ସହ ସମ୍ପାଦକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ ଓ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ ଯୋଗଦେଇ ଦିନ ଦୟାଲଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ଜେନା, ବିଦ୍ୟାଧର ସେଠୀ, ରାମଚନ୍ଦ୍ର ରାଉତ, ମୁରଲୀ ମଲ୍ଲିକ, ବେଣୁଧର ରାଉତ, ସୁଶାନ୍ତ ଦାସ, ଶଶିଭୂଷଣ ପଣ୍ଡା, ନିର୍ମଳ ଜେନା ପ୍ରମୁଖ ଉପସ୍ଥିତ ରହି ଦିନଦୟାଲଙ୍କ ଏକାତ୍ମ ମାନବବାଦ ଓ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । କୋଭିଡ ଆଇନ ବଳବତ୍ତର ଥିବାବେଳେ ସାମାଜିକ ଦୂରତା ମଧ୍ୟରେ ଉକ୍ତ ସଂକ୍ଷିପ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।


