ଘରୋଇ ବିମାନ ଆରମ୍ଭ ପରଠାରୁ ଏକ କୋଟିରୁ ଅଧିକ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା
ନୂଆ ଦିଲ୍ଲୀ :୨୫ ମେ ୨୦୨୦ରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରେ ସମୁଦାୟ ୧,୦୮,୨୧୦ ବିମାନ ଚଳାଚଳ କରିଛି ଯେଉଁଥିରେ ଏକ କୋଟିରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘରୋଇ ବିମାନ ସେବା ବର୍ତ୍ତମାନ କ୍ରମଶଃ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରୁଛି । ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଏହି ପ୍ରମୁଖ ସଫଳତା ହାସଲ କରିଥିବାରୁ ସେ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଶ୍ରୀ ପୁରୀ କହିଛନ୍ତି ଯେ, ସେପ୍ଟେମ୍ବର ୨୪, ୨୦୨୦ରେ ଗୋଟିଏ ଦିନରେ ଘରୋଇ ବିମାନରେ ମୋଟ ଯାତ୍ରୀଙ୍କ ସଂଖ୍ୟା ୧,୧୯,୭୦୨ ଏବଂ ଫେରସ୍ତ ଯାତ୍ରୀଙ୍କ ସଂଖ୍ୟା ୧,୨୧,୧୨୬ ଥିଲା । ସେ ଆହୁରି କହିଥିଲେ ଯେ, ଏହି ସମୟ ମଧ୍ୟରେ ସମୁଦାୟ ପ୍ରସ୍ଥାନ ବିମାନ ସଂଖ୍ୟା ୧୩୯୩ ଥିବାବେଳେ ଆଗମନ ବିମାନ ସଂଖ୍ୟା ୧୩୯୪ ଥିଲା । ଏହା ସହିତ ଗୋଟିଏ ଦିନରେ ମୋଟ ୨୭୮୭ ବିମାନ ଚଳାଚଳ କରିଥିଲା । ଏଥିସହ ଦେଶର ବିଭିନ୍ନ ବିମାନବନ୍ଦରକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଦିନକୁ ୨,୪୦,୮୨୮ ରହିଥିଲା ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୫ ମାର୍ଚ୍ଚ ୨୦୨୦ରୁ ଘରୋଇ ବିମାନ ସମ୍ପୂର୍ଣ୍ଣ ରୂପେ ସ୍ଥଗିତ ରହିଥିଲା । ଦୁଇ ମାସ ପରେ ଅର୍ଥାତ ୨୫ ମଇ ୨୦୨୦ ଠାରୁ ଏଗୁଡିକ ପୁନଃ ଚଳାଚଳ କରିଥିଲା


