ଗଣେଶ ମନ୍ଦିରରେ ପୂରଣ ହୁଏ ପ୍ରେମୀ ଯୁଗଳଙ୍କ ମନୋସ୍କାମନା

ଯାଧପୁର: ମହାବିନାୟକ ଶ୍ରୀ ଗଣେଶ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି । ତେଣୁ ଭିନ୍ନ ଭିନ୍ନ ନାମରେ ଗଣେଶଙ୍କୁ ମଧ୍ୟ ଡକାଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗଣେଶଙ୍କ ବିଷୟରେ କହିବୁ ଯାହାଙ୍କୁ ପ୍ରେମୀ ଗଣେଶ ବା ଇସକିୟା ଗଣେଶ ଭାବରେ ଡକାଯାଇଥାଏ । ରାଜସ୍ଥାନ ଯୋଧପୁର ସହରରେ ଏଭଳି ଏକ ଗଣେଶଙ୍କ ମନ୍ଦିର ରହିଛି ଯେଉଁଠି ବିଶ୍ୱାସ ରହିଛି ଯେ ଏଠାକୁ ଆସୁଥିବା ପ୍ରେମୀ ଯୁଗଳଙ୍କ ସମସ୍ତ ମନୋସ୍କାମନା ସଫଳ ହୋଇଯାଇଥାଏ । ନିଜର ପ୍ରେମ ସମ୍ପର୍କକୁ ନେଇ ଯେ କୌଣସି ପ୍ରକାର ସମସ୍ୟା ଥିଲେ ବି ଗଣେଶ ସେ ସବୁର ସମାଧାନ କରିଦିଅନ୍ତି ବୋଲି ପ୍ରେମୀ ଯୁଗଳ ବିଶ୍ୱାସ କରିଥାନ୍ତି । ଏଥିପାଇଁ ଏହି ମନ୍ଦିରରେ ପ୍ରେମିକ-ପ୍ରେମିକା ଏକତ୍ର ଆସୁଥିବାର ଦେଖିବାକୁ ମିଳିଥାଏ । ଏହି ମନ୍ଦିରଟି ୧୦୦ ବର୍ଷର ପୁରୁଣା । ଲଗାତାର ପ୍ରେମୀ ଯୁଗଳ ଏହି ମନ୍ଦିରକୁ ଆସିବା ଦ୍ୱାରା ସେମାନଙ୍କ ମଧ୍ୟରେ କୌଣସି ବିବାଦ ନ ଘଟି ସୁରୁଖୁରୁରେ ବିବାହ ହୋଇଯାଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହି ଲୋକକଥାକୁ ଆଧାର କରି ବହୁ ସଂଖ୍ୟାରେ ପ୍ରେମୀ ଯୁଗଳ ଆସୁଥିବାରୁ ଏହି ଗଣେଶଙ୍କୁ ଏବେ ସମସ୍ତେ ପ୍ରେମୀ ଗଣେଶ ବୋଲି ଡାକିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ