ଦେଶବାସୀ ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ନିବେଦନ

ସମୟ ଯେତିକି ପାଖେଇ ପାଖେଇ ଆସୁଛି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଦେଶବାସୀଙ୍କ ମନରେ ସେତିକି ଉତ୍ସୁକତା ବଢିବାରେ ଲାଗିଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଏହି ମାଇଲ୍ ଖୁଣ୍ଟସ୍ଥାପନା କରିବା ପୂର୍ବରୁ ସେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶବସୀ ଙ୍କୁ ଅପିଲ କରିକହିଛନ୍ତି ଯେ, ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ନିଶ୍ଚିତ ଦେଖନ୍ତୁ ଏବଂ ଏହାର ଫଟୋ ଟୁଇଟ୍ କରନ୍ତୁ। ମୁଁ ରିଟୁଇଟ୍ କରିବି। ସୂଚନାଯୋଗ୍ୟ, ୭ ସେପ୍ଟେମ୍ବର ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ରୋଭର ପ୍ରଜ୍ଞା ସହିତ ହିଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ