ବିପୁଳ ପରିମାଣର ଦେଶୀ ମଦ ଜବତ , ୧ ଗିରଫ
ବେଲଗୁଣ୍ଠା (ଯୁଗାବ୍ଦ ନ୍ୟୁଜ) : ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗାଙ୍ଗପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦକୁ ଜବତ କରିଛି । ଗତ ତିନି ଦିନ ହେଲା ପୋଲିସ କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି । ତିନି ଦିନ ହେଲା ପୋଲିସ ବିପୁଳ ପରିମାଣର ଚୋରା ମଦ ,ମହୁଲ ,ଆଦି ଜବତ କରିବାରେ ସକ୍ଷମ ହୋଇଛି । ରବିବାର ଚଢାଉରେ ନାମୀ ଦାମି କମ୍ପାନୀର ମଦ ପୋଲିସ ଜବତ କରିଛି । ମଦ ବିକ୍ରି ଅଭିଯୋଗରେ ପୋଲିସ ଜଳନ୍ଧର ସାହୁଙ୍କୁ ଗିରଫ କରିବା ସହ ଆସିକା କୋର୍ଟ ଚାଲଣ କରିଛି ।


