ଜି-ଟୁସି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର
(ଯୁଗାବ୍ଦ ନ୍ୟୁଜ) ଶନିବାର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସରକାରୀ ନାଗରିକ ସେବା ଜି-ଟୁସି କୁ ଆନୁଷ୍ଠାନିକ ଭାବେ ରାଜଧାନୀ ସିମଲାଠାରେ ଶୁଭାରମ୍ଭ କରିଛନ୍ତି । ଏଥିରେ ୩ଟି ସେବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଯଥା – କୋଠାବାଡି ନିର୍ମାଣ ପାଇଁ ଅନଲାଇନ ଆବେଦନ, ଅନଲାଇନ ମାଧ୍ୟମରେ ଅଳିଆ ଆବର୍ଜନା ଗୁଡିକର ଟିକସ ସଂଗ୍ରହ ଏବଂ ରାଜ୍ୟ ସୂଚନା ଓ ପ୍ରୁକ୍ତିବିଦ୍ୟାର ସୁବିନିଯୋଗ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ସେବାର ଶୁଭାରମ୍ଭ ହେବା ଦ୍ୱାରା ସହରାଞ୍ଚଳରେ ବସତି ସ୍ଥାପନ କରିଥିବା ଜନସାଧାରଣ ଏହି ସୁବିଧାର ଅନେକାଂଶରେ ଫାଇଦା ପାଇପାରିବେ । ଅନ୍ୟପଟେ କିଭଳି ଭାବେ ଅଳିଆ ଆର୍ବଜନାଗୁଡିକର ପୁନଃଚକ୍ରଣ ପଦ୍ଧତି ଦ୍ୱାରା ପୁନଃବ୍ୟବହାର ହୋଇପାରିବ ସେନେଇ ଗୁରୁତ୍ୱାରୋପ କରାଯାଇଥିଲା । ଆଧୁନିକ ସମାଜ ଯେଭଳି ଭାବେ ପ୍ରୁକ୍ତିବିଦ୍ୟା ଉପରେ ନିର୍ଭର କରୁଛି ସେଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେବାସହ ସିମଲା ମହାନଗର ନିଗମକୁ ଅନଲାଇନ ମାଧ୍ୟମରେ ୧୧ଟି ସେବାରେ ଅନ୍ତର୍ଭୁକ୍ତ କରାଯିବା ସୁଚନା ଦେଇଥିଲେ । ଏହା କାର୍ଯ୍ୟକ୍ରମରେ ହିମାଞ୍ଚଳ ପ୍ରଦେଶର ଶିକ୍ଷାମନ୍ତ୍ରୀ ସୁରେଶ ଭରଦ୍ୱାଜ , ମେୟର କୁଶୁମ ସଦରଟେ, ଡେପୁଟି ମେୟର ରାକେଶ ଶର୍ମାଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର , ସୁଚନାପ୍ରଯୁକ୍ତି ବିଦ୍ୟାର ନିର୍ଦ୍ଦେଶକ ରୋହନ ଚନ୍ଦ୍ର ଠାକୁର ଯୋଗଦେଇଥିଲେ ।


