କୂଅରୁ ନିଖୋଜ ବାଳକର ମୃତ ଦେହ ଉଦ୍ଧାର
ଚିକିଟି,(କୁରେଶୁ ସାହୁ):ଗଂଜାମ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଭୋଲାସିଙ୍ଗି ଗ୍ରାମର ମାନସ ସାହୁ(5)ପିତା ପ୍ରତାପ ସାହୁ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ ପରିବାର ଓ ଗ୍ରାମବାସୀ ମାନେ ଏଣେ ତେଣେ ଓ ବନ୍ଧୁ ବାନ୍ଧବ ଙ୍କ ଘର ଖୋଜା ଖୋଜି କରି ବା ପରେ ଗାଁର ସମସ୍ତ କୂଅ ଓ ନଦୀ ନାଳ ଖୋଜା ଖୋଜି କରିଥିଲେ ନପାଇ ଶେଷରେ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ l ଶୁକ୍ରବାର ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇ ପାରି ନଥିଲେ l ଆଜି ଗ୍ରାମର ଏକ କୂଅ ରୁ ଦୁର୍ଗନ୍ଧ ବାହାରି ବା ପରେ କୂଅ ପାଖକୁ ଆସି ଦେଖିବା ପରେ ପିଲାଟିର ମୃତ ଦେହ ଭାସୁଛି l ପରେ ପରେ ଗାଁ ଲୋକ ପୋଲିସ କୁ ଖବର ଦେବା ପରେ ଚିକିଟି ଦମକଳ ବାହିନୀ ପହଂଚି ମୃତ ଦେହ ଉଦ୍ଧାର କରିଥିଲେ l ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମର ପ୍ରତେକ କୂଅ ନଦୀ ନାଳ ଖୋଜି ଆସୁ ଥିବା ବେଳେ ଆଜି କିପରି କୂଅ ଭିତରକୁ ମୃତ ଦେହ ଆସିଲା ଏ ନେଇ ଗ୍ରାମ ଭିତରେ ଚାପ ଉତେଜନା ସୃଷ୍ଟି ହୋଇଛି l ଅନ୍ୟ ମାନେ ଗ୍ରାମର ବାସିନ୍ଦା ଗୁଣି ସନ୍ଦେହ କରୁଛନ୍ତି |


