୨୪ ଘଣ୍ଟା ସଜାଗ ଥିବା ଗଜପତିର ସମସ୍ତ ନାକା ଗେଟ୍ ବର୍ତ୍ତମାନ କଟକଣା ମୁକ୍ତ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସାରା ରାଜ୍ୟ ଓ ଆନ୍ତ ରାଜ୍ୟ ମଧ୍ୟରେ ସମସ୍ତ ଯାତାୟତ ଓ ପରିବହନ ନେଇ କୋଭିଡ୍‌-୧୯ର କଟକଣା କୋହଳ ହେବା ପରେ ୨୪ ଘଣ୍ଟା ପୋଲିସ ସଜାଗ ଥିବା ଓ ଯାଞ୍ଚ ଚାଲିଥିବା ଗଜପତି ଜିଲ୍ଲାର ସମସ୍ତ ନାକା ଗେଟ ଗୁଡିକରେ କଟକଣା ମୁକ୍ତ ହୋଇଛି । ବର୍ତ୍ତମାନ ଏହି ନାକା ଗେଟରେ ଆଉ କୌଣସି ପୋଲିସ ବ୍ୟବସ୍ଥା ନାହିଁ,ଗେଟ ଗୁଡିକୁ ଦେଖିଲେ ଜାପଡୁଛି ସତେକି ଏ ଗୁଡିକ ଅକାମି ହୋଇ ପଡିଛି । କୋଭିଡ୍ ସଂକ୍ରମଣରୁ ଗଜପତିକୁ ମୁକ୍ତ କରିବା ପାଇଁ ଆନ୍ଧ୍ର,ଗଞ୍ଜାମ ଓ କନ୍ଧମାଳ ସୀମାର ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ କରାଯାଇଥିଲା । ସେଗୁଡିକ ମଧ୍ୟରେ ପୁରୁଣାପାଟଣା ରୋଡ,ହାଡୁଭାଙ୍ଗି,ଢାମୁଣିଗାଁ ଆଦି ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ କରାଯାଇଥିଲା । ଗଜପତି ଜିଲାରେ କୋଭିଡ-୧୯କୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ନାକା ଆଶ୍ରୟ ସ୍ଥଳୀ ବା ନାକାଗେଟ ଗୁଡିକ ଅଲୋଡା ହୋଇପଡିଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ଗଜପତି ଜିଲ୍ଲାକୁ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଏବଂ ପଡୋଶୀ ଜିଲ୍ଲା ରାୟଗଡ, କନ୍ଧମାଳ ଓ ଗଂଜାମ ସୀମାକୁ ଲାଗିଛି । ଫଳରେ ଏହି ଜିଲ୍ଲା ଗୁଡିକ ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ଲୋକେ ଯାତାୟତ କରିଥାନ୍ତି । ବିଶେଷ କରି ଆନ୍ଧ୍ର ପ୍ରଦେଶର ପ୍ରାୟ ୧୦୦ କିଲୋମିଟର ରୁ ଉର୍ଦ୍ଧ ସୀମା ଅଞ୍ଚଳ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ନାକା ପଏଣ୍ଟ ସ୍ଥାନ ଚିହ୍ନଟ କରି ପଡୋଶୀ ଆନ୍ଧ୍ର ପ୍ରଦେଶର ସଂଲଗ୍ନ କରୁଥିବା ପୁରୁଣାପାଟଣା ରୋଡ, ହାଡୁଭାଙ୍ଗି, ଢାମୁଣୀଗାଁ ଆଦି ସ୍ଥାନରେ ନାକା ପଏଣ୍ଟ କରାଯାଇଥିଲା । ବର୍ତ୍ତମାନ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ହଟିବା ପରେ ଏଗୁଡିକ କଟକଣା ମୁକ୍ତ ହେବା ଯୋଗୁଁ ସେଗୁଡିକ ଅକାମି ହେବା ଭଳି ଜମାପଡୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ