ଗଛରୁ ପଡି ବାଳକ ଗୁରୁତର
ଯୁଗାବ୍ଦ ନ୍ୟୁଜ ) : ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ମଶାବାଡି ଗ୍ରାମର ୧୪ ବର୍ଷର ବାଳକ ଗଛରୁ ପଡି ଗୁରୁତର ଆହାତ ହୋଇଛି । ଆହାତ ଆଲୋକ ସେଠୀଙ୍କୁ ଆମ୍ବୁଲେନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟକୁ ଅଣାଯାଇଥିଲା ।ସେଠାରେ ବାଳକଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାଳକଟିର ଛାତିରେ ଓ ଦୁଇହାତରେ ଗୁରୁତର ଆହାତ ଲାଗିଥିବା ଡାକ୍ତର କହିଛନ୍ତି ।


