ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଗାନ୍ଧୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧୀଜୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ଅବସରରେ ମହାତ୍ମାଗାନ୍ଧୀଙ୍କ ଦେଶ ପ୍ରୀତି,ଜନସେବା,ତ୍ୟାଗ ଓ ଆଦର୍ଶମୟ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା । ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବରିଷ୍ଠ କଂଗ୍ରେସ ନେତା ବିଷ୍ଣୁ ଚରଣ ମାଝି,ଗୋବିନ୍ଦ ପାଢୀ,କୁନା ମାଝି,ବାବୁଲି ସାହୁ ପ୍ରମୁଖ ଉପସ୍ତିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ