ବନ୍ତରେ ସିପିଆଇର ସଦ୍ଭାବନା ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଦେଶ ବ୍ୟାପୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀକୁ ସଦ୍ଭାବନା ଦିବସ ରୂପେ ପାଳନ କରୁଛି । ଏପରିପେକ୍ଷୀରେ ସିପିଆଇ ବନ୍ତ ଜୋନ୍ କମିଟି ପକ୍ଷରୁ ବନ୍ତ ଥାନା ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସିପିଆଇର ସାଥୀ ସମର୍ଥକ ମାନେ ପାର୍ଟି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ଛକରେ ଏକତ୍ରିତ ହୋଇଥିଲେ । ଦେଶର ଗଣତନ୍ତ୍ର, ସମ୍ବିଧାନ ସୁରକ୍ଷା, ଧର୍ମନିରପେକ୍ଷତା, ଦଳିତ, ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣ ଓ ମହିଳାଙ୍କ ଉପରେ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ବିରୁଦ୍ଧରେ ସାଥୀ ସମର୍ଥକ ମାନେ ସ୍ଲୋଗାନ ଦେଇଥିଲେ । ବରିଷ୍ଠ ନେତା ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜୋନ୍ ସଂପାଦକ ରମେଶ ଜେନା, ଅବସରପ୍ରାପ୍ତ କାରାଅଧିକ୍ଷକ ବାବାଜି ଚରଣ ଜେନା, ନିରଞ୍ଜନ ନାୟକ, ପର୍ଶୁରାମ ସ୍ୱାଇଁ, ଜୟନ୍ତ ଜେନା, ଅନନ୍ତ ମହାମଣା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟରୁ ଦୂରେଇ ଦେଶର ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଦାବୀ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶୋଭାଯାତ୍ରା ଓ ସମାବେଶକୁ ଅଭିମନ୍ୟୁ ଜେନା, ସନାତନ ସାହୁ, କାଳନ୍ଦି ଦାସ, ପବିତ୍ର ସେଠୀ, ରବିନ୍ଦ୍ର ନାୟକ, ପଞ୍ଚାନନ ସେଠୀ, ଯୁଧିଷ୍ଠିର ଜେନା, ସୁବାଷ ବେହେରା, ରଙ୍ଗାଧର କାଣ୍ଡି, ରବିନ୍ଦ୍ର ତରେଇ, ଗୋପବନ୍ଧୁ ଜେନା, ନାରାୟଣ ଜେନା ସଫଳ କରାଇଥିଲେ ।


