ଦୟନୀୟ ଅବସ୍ଥାରେ ବିତୁଛି ଭିନ୍ନକ୍ଷମ ଘନଶ୍ୟାମଙ୍କ ଜୀବନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଈପାରିଗଢିଆ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଘନଶ୍ୟାମ ଯେନା । ଦୀର୍ଘ ୧ ବର୍ଷ ହେବ ଟି.ବି, ଡାଇବେଟିସ୍‌, ଗ୍ୟାଷ୍ଟିକ୍‌, ପାରାଲିସିସ ଆଦି ବିଭିନ୍ନ ରୋଗରେ ପିଡିତ ହୋଇ ଶର୍ଯ୍ୟାଶାୟୀ ଥିଲେ । ଏବେ ଠିକ୍ ଭାବେ ଚାଲି ପାରୁନାହାନ୍ତି । ବାଡି ତାଙ୍କ ପାଇଁ ଆଶ୍ରା ହୋଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ । ତାଙ୍କର ପତ୍ନୀ ସମେତ ୮ ବର୍ଷର ଝିଅ ଓ ୨ ବର୍ଷର ପୁଅ ଅଛି । ସରକାରୀ ସହାୟତା କହିଲେ କେବଳ ଚାଉଳ ମୁଠାଏ ପାଉଛନ୍ତି । ଜମିବାଡି ନଥିବାରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଫଳରେ ବିଭିନ୍ନ ବଜାର ବୁଲି ଭିକ୍ଷାବୃତ୍ତି କରି ପରିବାର ଚଳାଉଛନ୍ତି । ଅଧିକାଂଶ ସମୟ ଭୋକ ଉପାସରେ ଦିନ କଟୁଛି । ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ । ଜିଲ୍ଲା ପ୍ରଶାସନ ତାଙ୍କୁ ଭିନ୍ନକ୍ଷମ ଭତ୍ତା ଓ ଟ୍ରାଇସାଇକେଲ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ