ତେଲେଙ୍ଗାନା ରାଜ୍ୟପାଳ ଭାବରେ ଶପଥ ନେଲେ ତାମିଲିସାଇ ସୁନ୍ଦରରାଜନ
ହୋଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ଭାବରେ ଡକ୍ଟର ତାମିଲିସାଇ ସୁନ୍ଦରରାଜନ ଆଜି ଶପଥ ଗ୍ରହଣ କରିଛନ୍ତି । ତେଲେଙ୍ଗାନା ହୋଇକୋର୍ଟର ମୁଖ୍ୟ ବିଚାରପତି ଆରଏସ ଚୌହ୍ୱାନ୍ ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଅନ୍ୟାନ୍ୟ ମନ୍ତ୍ରୀ, ବାଚସ୍ପତି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ଡକ୍ଟର ତାମିଲିସାଇ ସୁନ୍ଦରରାଜନ ପୂର୍ବରୁ ତାମିଲନାଡୁ ବିଜେପିର ସଭାପତି ଥିଲେ । ରାଜ୍ୟପାଳ ଭାବରେ ଶପଥ ନେବା ପରେ ସେ ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ପୂର୍ବରୁ ଇଏସଏଲ ନରସିଂହନ ରାଜ୍ୟପାଳ ଥିଲେ । ନରସିଂହ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଆଜି ଅପରାହ୍ନରେ ମଧ୍ୟ ତେଲେଙ୍ଗାନାର ନୂଆ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଅପରାହ୍ନ ୪ଟାରେ ରାଜ୍ୟପାଳ ନୂଆ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି ।