ମଦମୁକ୍ତ ଓଡିଶାପାଇଁ ଗାନ୍ଧି ମୂର୍ତ୍ତି ତଳେ ଧାରଣା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକ ଉତ୍ସବ ଦେଶ ପାଳନ କରୁଥିବାବେଳେ ନିଶାମୁକ୍ତ ଭାରତ ଓ ମଦମୁକ୍ତ ଓଡିଶା ଗଠନ ଦାବିରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ କେନ୍ଦ୍ରାପଡା ଜିଲ୍ଲା କମିଟ୍ ପକ୍ଷରୁ ଗରାପୁରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ ପାଖରେ ଧାରଣା ଦିଆଯାଇଥିଲା । ସଂଗଠନର ରାଜ୍ୟକମିଟି ଆହ୍ୱାନରେ ସମଗ୍ର ରାଜ୍ୟର ଜିଲ୍ଲାସଦର ମହକୁମା ଗୁଡିକରେ ପ୍ରତ୍ୟେକ ଆନ୍ଦୋଳନ ପରିପେକ୍ଷୀରେ ଜିଲ୍ଲା କମିଟିର ସଭାପତି ଶ୍ରୀମତୀ ପ୍ରାର୍ବତୀ ନାୟକ, ସଂପାଦକ ଶିକ୍ଷାବିତ୍ ଆଦିକନ୍ଦ ରାଉଳ, କେନ୍ଦ୍ରାପଡା ବ୍ଲକ ସଭାପତି ଦୈାପ୍ରଦୀ ରାଉତଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ଉକ୍ତ ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠକ ସଂପାଦକ କାହ୍ନୁଚରଣ ବେହେରା ଯୋଗଦେଇ ୧୯୫୬ ନିଶାନିବାରଣ ଆଇନ୍‌କୁ ରାଜ୍ୟସରକାର ତୁରନ୍ତ କାର୍ଯ୍ୟକାରୀ କରି ଗାନ୍ଧିଜୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଦାବି କରିଥିଲେ । ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ତତ୍ତ୍ୱାବଧାରିଣୀ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଶାମୁକ୍ତ ଭାରତ ଓ ମଦମୁକ୍ତ ଓଡିଶା ଗଠନ କରିବା ପାଇଁ ଆଇନ୍ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଧ୍ୟାପକ ଅଜୟ ସାମଲ, ଗଣେଶ ଚନ୍ଦ୍ର ପରିଡା, ବାବାଜୀ ନୃସିଂହ ଦାସ, ଶୈଳବାଳା ସାମଲ, ମମତାମୟୀ ସାମଲ, ଅମୀୟ ନାୟକ, ସାବିତ୍ରୀ ପରିଡା, ଝିଲ୍ଲୀ ମଲ୍ଲିକ ଓ ଆଚାର୍ଯ୍ୟ ବିକାଶା ନନ୍ଦ ପ୍ରମୁଖ ଧାରଣାରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ