ଜଙ୍ଗଲ ପାଲଟିଛି ଶିଶୁ ପାର୍କ
ଛତ୍ରପୁର, (ଦେବଦତ୍ତ ମହାରଣା) : ପିଲା ମାନଙ୍କ ମନୋରଂଜନ ନିମନ୍ତେ ଛତ୍ରପୁର ଏନଏସି ପକ୍ଷରୁ ୧.୪.୧୯୯୯ ମସିହାରେ ଛତ୍ରପୁର ଏନଏସି ଅନ୍ତର୍ଗତ ବିଦ୍ୟାଧର ନଗର ସାହିରେ ଏକ ଶିଶୁ ପାର୍କଟି ଉଦଘାଟନ ହୋଇଥିଲା । ଏହି ପାର୍କ ଉଦଘାଟନ ହେବା ପରେ ଏହି ଅଂଚଳର ଶିଶୁ ମାନେ ଓ ବୃଦ୍ଧ ବୃଦ୍ଧା ମାନେ ମନୋରଂଜନ କରି ନିଜ ନିଜର ସମୟ ଅତିବାହିତ କରୁଥିଲେ । ମାତ୍ର ଏନଏସି ପ୍ରଶାସନର ଅବହେଳା ଯୋଗୁଁ ଶିଶୁ ପାର୍କଟି କିଆ ଲଟା ବୁଦାରେ ପରିଣତ ହୋଇଯାଇଛି । ଶିଶୁ ପାର୍କରେ ଥିବା ଉପକରଣ ଗୁଡ଼ିକ ଦେଖିବାକୁ ମିଳିନଥିବା ବେଳେ ବୁନ୍ଦିଲଟାରେ ପରିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଛି । ତେଣୁ ଏନଏସି ପ୍ରଶାସନ ପକ୍ଷରୁ ଶିଶୁ ମାନଙ୍କ ମନୋରଞ୍ଜନ ସକାଶେ ଏହାର ପୁନଃରୁଦ୍ଧାର କରି ବିଭିନ୍ନ ଉପକରଣ ସ୍ଥାପନ କରିବା ସହ ଏହାକୁ ନିୟମିତ ତଦାରଖ କରିବା ନିମନ୍ତେ ସାଧାରଣରେ ଦାବି କରାଯାଇଛି ।