ରମେଶ ଅଲ୍ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, : ବିଶିଷ୍ଟ ସଂସ୍କାରବାଦୀ ସଂଗଠକ, ପ୍ରଗତିଶୀଳ କବି, ସମାଜବାଦୀ ନେତା ଓ ହେତୁବାଦୀ ଚିନ୍ତକ ରମେଶ ଅଲ୍ଲୀ ବେଶାନ୍ତଙ୍କ ଆକସ୍ମିକ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଅଖିଳ ଭାରତ ଜନମଞ୍ଚ (ଏଆଇପିଏଫ୍) ଏବଂ ସାହିତ୍ୟ ପତ୍ରିକା ‘ଅକ୍ଷର’ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଗତକାଲି ନାଗଭୂଷଣ ଭବନ ସଭାକକ୍ଷରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଗତିଶୀଳ ସାହିତ୍ୟ ପତ୍ରିକା ‘ଅକ୍ଷର’ର ସମ୍ପାଦକ ଅମିୟ ପାଣ୍ଡବ ସଂଯୋଜନା କରିଥିବା ବେଳେ ଏଥିରେ ବିଶିଷ୍ଟ ବାମପନ୍ଥୀ ନେତା ଯୁଧିଷ୍ଠିର ମହାପାତ୍ର, ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ, ପୂର୍ବତନ ବିଧାୟକ ତଥା ଏଆଇପିଏଫ୍ର ଜାତୀୟ ସଂଯୋଜକ ରାଧାକାନ୍ତ ସେଠି, ବସ୍ତି ସଂଘର୍ଷ ସମିତି ନେତା ପ୍ରତାପ ସାହୁ, ବିଶିଷ୍ଟ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ସମାଜବାଦୀ ସଂଗଠକ ପ୍ରଭାସ ସାମନ୍ତରାୟ, ସମତା ମଞ୍ଚର ସମ୍ପାଦକ ଅଶୋକ ଦାସ, ଇନ୍ସାଫ୍ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଶ୍ରମିକ ନେତା ବଂଶୀଧର ପରିଡ଼ା ପ୍ରମୁଖ ରମେଶ ଅଲ୍ଲୀଙ୍କ ସ୍ମୃତି•ରଣ କରିବା ସହ ତାଙ୍କ କର୍ମମୟ ଜୀବନର ବହୁବିଧ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଧର୍ମାନ୍ଧତା, ଜାତିବାଦ ଏବଂ ସାମ୍ପ୍ରଦାୟିକତା ବିରୋଧରେ ଜୀବନ ତମାମ ଲଢେଇ କରିଥିବା ରମେଶ ଅଲ୍ଲୀ ବେଶାନ୍ତଙ୍କ ମାର୍ଗରେ •ଲିଲେ ହିଁ ଦେଶରେ ଏବେ ଦେଖାଯାଇଥିବା ସଙ୍କଟ ବିରୋଧରେ ସଂଗ୍ରାମ ଓ ସମାଧାନ ସମ୍ଭବ ବୋଲି ସର୍ବସମ୍ମତ ମତପ୍ରକାଶ ପାଇଥିଲା । ଶେଷରେ ଯୁବ ସଂଗଠକ ସର୍ବେଶ୍ୱର ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ