ଜନ ସଚେତନତା ଅଭିଯାନର ଚତୁର୍ଥ ସନ୍ଧ୍ୟା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଅକ୍ଟୋବର ୦୨ ତାରିଖଠାରୁ ଆରମ୍ଭ ହୋଇଥିବା କୋଭିଡ ନିୟମ ପାଳନ ସକାଶେ ଜନ ସଚେତନତା ଅଭିଯାନର ଚତୁର୍ଥ ସନ୍ଧ୍ୟାରେ ଅକ୍ଟୋବର ୦୫ ତାରିଖ ସୋମବାର ୧୨ ଏବଂ ୧୪ ନମ୍ବର ୱାର୍ଡରେ ସମାଜ ସେବି ଉଦୟ ନାଥ ବେହେରାଙ୍କ ତତ୍ବାବଧାନ ରେ ପ୍ରେମନଗର ଏବଂ ହାଉସିଂ ବୋର୍ଡର ସମସ୍ତ ସାହି ବୁଲି କରୋନା ସନ୍ଦର୍ଭରେ ଜନ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାହି ବାସିନ୍ଦାଙ୍କ ସହ ବିଜେଡି ଦଳର ବହୁ କର୍ମକର୍ତ୍ତା  ବ୍ରହ୍ମପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ପୁର୍ବତନ ବି.ଡି.ଏ ଅଧ୍ୟକ୍ଷ ଏବଂ ରାଜ୍ୟ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ମହାରଣା ଜିଲ୍ଲା ଉପସଭାପତି ଡଃ. ଭଗବାନ ଗନ୍ତାୟତ ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାହୁ, ଜିଲ୍ଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା, ରାଜ୍ୟ ମହିଳା ସମ୍ପାଦକ ସଂଘମିତ୍ରା ଦଳେଇ, ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ପାଢୀ, ବିଶିଷ୍ଟ ସମାଜସେବୀ ପ୍ରଜ୍ଞା ପଣ୍ଡା, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରଜନୀଶ ମିଶ୍ର, ରାଜ୍ୟ ଯୁବ ସମ୍ପାଦକ ମୁକୁନ୍ଦ ଗୌଡ ଛାତ୍ର ଦକ୍ଷିଣାଞ୍ଚଳ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ ସାହୁ, ମହାନଗର ଛାତ୍ର ସଭାପତି ପ୍ରଶାନ୍ତ ଜେନା, ପୁର୍ବତନ କର୍ପୋରେଟର ମୁରଳୀ ମୋହନ, ମମତା ବିଷୋୟୀ, ତେଜ ସ୍ବାମୀ, କୈଳାଶ ରଣା , ବିନୋଦ ଗୌଡ, ଆଇନଜୀବୀ ସୂର୍ଯ୍ୟ ସୁବୁଦ୍ଧି, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ପାତ୍ର, ଜୟରାମ ସରାଫ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ