ସିକରମାହାଠାରେ ନୂତନ ପାଷ୍ଟୋରେଟ ଉଦ୍‍ଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସିକରମାହାଠାରେ ଟ୍ରାଇବାଲ୍‍ ଡ଼ାୟୋସେସ୍‍ ଅଫ୍‍ କନ୍ଧମାଳର ନୂତନ ପାଷ୍ଟୋରେଟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରାଇବାଲ୍‍ ଡ଼ାୟୋସେସ୍‍ ବିଶ୍ୱପ୍‍ ରେଭେରେଣ୍ଡ ବି.ଏନ୍‍ ନାୟକ ଅତିଥିଭାବେ ଯୋଗଦେଇ ନୂତନ ପାଷ୍ଟୋରେଟ ଉଦଘାଟନ କରିଥିଲେ। ଏହାପରେ ସାମୁହିକ ଉପାସନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସଭାପତି ଆଚାର୍ଯ୍ୟ ଅଙ୍ଗଦ ପ୍ରଧାନ ଏହାକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସଂପାଦକ ପାତ୍ର ମଲିକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଶପ ବି.ଏନ୍‍.ନାୟକ ପ୍ରଭୁଙ୍କର ବାକ୍ୟ ପରିବେଷଣ କରି ବର୍ତ୍ତମାନ ପରିସ୍ଥିତିରେ ଅଧ୍ୟାତ୍ମିକ ଅଭିବୃଦ୍ଧିରେ କିପରି ବୃଦ୍ଧି ହୋଇ ପାରିବ ସେ ନେଇ ପରାମର୍ଶ ଦେଇଥିଲେ। ଡ.ପ୍ରଦୀପ ମଲିକ ପାଷ୍ଟୋରେଟ ଓ ଡ଼ାୟୋସିସ୍‍ ମଧ୍ୟରେ କିପରି ଭାବେ ଏକତା ବୃଦ୍ଧି ପାଇବ ସେନେଇ ପ୍ରଭୃଙ୍କର ଉଦ୍ଦେଶ୍ୟରେ ପରାମର୍ଶ ସହ ପ୍ରଭୁଙ୍କ ଗୌରବ ନିମେନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡ଼ାୟୋସେସ୍‍ ସଂପାଦକ ଧିରେନ୍ଦ୍ର ପ୍ରଧାନ, ଗୋବିନ୍ଦ ପ୍ରଧାନ, ରମେଶ ପ୍ରଧାନ, ନାଗେଶ୍ୱର ପ୍ରଧାନ, ସୁବାଷ ପ୍ରଧାନ, ମର୍ଣ୍ଣି ପ୍ରଧାନ, ଏସ୍‍.ପି ପ୍ରଧାନ, ମିହିର ପ୍ରଧାନ ଓ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ