ଚାକିରିଆଙ୍କ ବଡ ଖବର

ନିଲମ୍ବିତ କିମ୍ବା ନୋଟିସ୍ ନଦେଇ ଚାକିରି ଛାଡିଲେ ବି ୨ଦିନ ଭିତରେ କର୍ମଚାରୀଙ୍କୁ ମିଳିବ ବକେୟା ପାଉଣା, ସର୍ବନିମ୍ନ ମଜୁରୀ ନଦେଲେ ବନ୍ଧା ହେବେ ମାଲିକ ଏଣିକି ଚାକିରି ଛାଡିଲେ କିମ୍ବା ଚାକିରିରୁ ନିଲମ୍ବିତ ହେଲେ କିମ୍ବା କୌଣସି କଂପାନୀ ବନ୍ଦ ହାଇଗଲେ କଂପାନୀ ମାଲିକଙ୍କୁ ୨ ଦିନ ମଧ୍ୟରେ ନିଜ କର୍ମଚାରୀମାନଙ୍କୁ ସେମାନଙ୍କର ବକେୟା ପାଉଣା ବାଧ୍ୟତାମୂଳକ ଭାବେ ପେମେଂଟ କରିବାକୁ ପଡିବ । ସର୍ବନିମ୍ନ ମଜୁରୀ ବିଲ୍ ରେ ଏଭଳି ନିୟମ ସ୍ଥାନ ପାଇଛି । ତେବେ ନିକଟରେ ସଂସଦରେ ଏହି ବିଲ୍କୁ ଉପସ୍ଥାପନା କରାଯିବା ସହ ବିଲ୍ଟିକୁ କ୍ୟାବିନେଟ୍ ମଂଜୁରୀ ମଧ୍ୟ ବହୁ ପୂର୍ବରୁ ମିଳିସାରିଛି । ବିଲ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଯଦି କୌଣସି କର୍ମଚାରୀ ଚାକିରିକୁ ଇସ୍ତଫା ଦିଅନ୍ତି କିମ୍ବା ତାଙ୍କୁ ଚାକିରିରୁ ବରଖାସ୍ତ କରିଦିଆଯାଏ କିମ୍ବା କୌଣସି କାରଣରୁ ତାଙ୍କୁ ଚାକିରି ଛାଡିବାକୁ ପଡେ ବା କଂପାନୀ ବନ୍ଦ ହୋଇଯାଏ ତେବେ ଉକ୍ତ କର୍ମଚାରୀଙ୍କୁ ଦୁଇ ଦିନ ଭିତରେ ତାଙ୍କ ପାରିଶ୍ରମିକ କଂପାନୀକୁ ପେମେଂଟ କରିବାକୁ ପଡିବ । ବର୍ତ୍ତମାନ କେବଳ ଅନୁସୂଚିତ କ୍ଷେତ୍ରମାନଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ହିଁ ସର୍ବନିମ୍ନ ମଜୁରୀ ମିଳୁଛି । ମାତ୍ର ଏହି ବିଲ୍ଟି ଆଇନରେ ପରିଣତ ହେବା ପରେ ସମସ୍ତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ତଥା ଶ୍ରମିକମାନଙ୍କୁ ଏକ ନର୍ଧାରିତ ରାଶିର ଦରମା ମିଳିବ । କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ପାଇଁ ଏକ ଫ୍ଲୋର ୱେଜ୍ ଗଠନ କରିବେ ଏବଂ ନିର୍ଧାରିତ ରାଶିଠାରୁ କମ୍ ମଜୁରୀ କୌଣସି ବି କର୍ମଚାରୀଙ୍କୁ ଆଉ ଦିଆଯାଇପାରିବ ନାହିଁ । ସେହିଭଳି ରାଜ୍ୟ ସରକାର ନିଜ ଭୌଗୋଳିକ ସ୍ଥିତି ଏବଂ ଅନ୍ୟାନ୍ୟ ପରିସ୍ଥିତି ଅନୁଯାୟୀ ବି ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିପାରିବେ । ତେବେ ଯଦି କୌଣସି ରାଜ୍ୟର ସର୍ବନିମ୍ନ ମଜୁରୀ କେନ୍ଦ୍ର ସରକାରଙ୍କ ଫ୍ଲୋର ୱେଜଠାରୁ ଅଧିକ ହୁଏ ତେବେ ଏଭଳି ପରିସ୍ଥିତିରେ ରାଜ୍ୟମାନେ ନିଜ ସର୍ବନିମ୍ନ ମଜୁରୀକୁ ହ୍ରାସ କରିପାରିବେ ନାହିଁ ।
ବିଲ୍ରେ ଆହୁରି ମଧ୍ୟ ନିୟମ ରହିଛି କି, ପ୍ରତି ପାଞ୍ଚ ବର୍ଷ ଭିତରେ ରାଜ୍ୟଗୁଡିଙ୍କୁ ନିଜର ସର୍ବନିମ୍ନ ମଜୁରୀକୁ ବାଧ୍ୟତାମୂଳକ ଭାବେ ରିଭାଇଜ୍ କରିବା ହେବ । ନିୟମ ଅନୁସାରେ ଏହି ସର୍ବନିମ୍ନ ମଜୁରୀ ସଂହିତା ଲାଗୁ ହେବା ପରେ ଏହାକୁ କଡାକଡି ଭାବେ ପାଳନ କରାଯିବ ଏବଂ ଏଭଳି ମାମଲାର ଶୁଣାଣି ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ସ୍ତରର ଅଧିକାରୀଙ୍କ ନିକଟରେ କରାଯିବ । ତେବେ ସର୍ବନିମ୍ନ ମଜୁରୀ ଦେଉନଥିବା ମାଲିକ ପ୍ରଥମ ଥର ଦୋଷୀ ପ୍ରମାଣିତ ହେଲେ ୫୦ ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ । ସେହିଭଳି ପାଂଚ ବର୍ଷ ଭିତରେ ଦ୍ୱିତୀୟ ଥର ଦୋଷୀ ସାବ୍ୟସ୍ତ ହେଲେ ଲକ୍ଷେ ଟଙ୍କା ସହ ତିନିମାସ କାଳ ଜେଲର ହାୱା ଖାଇବାକୁ ପଡିପାରେ ବୋଲି ଉକ୍ତ ବିଲ୍ରେ ଉଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ