କୋଟଗଡ ଠାକୁରାଣୀ ମନ୍ଦିରରେ ମଦୁଆଙ୍କ ଉନ୍ମତକାଣ୍ଡ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡରେ ଅବସ୍ଥିତ ବହୁ ପୁରାତନ ଠାକୁରାଣୀ ମନ୍ଦିର ଏବେ ମଦୁଆଙ୍କ ଚରାଭୂମି ପାଲଟିଛି | ପ୍ରକାଶ ଥାଉକି,ଆଜକୁ ବହୁ ବର୍ଷ ପୂର୍ବରୁ ଗ୍ରାମବାସୀଙ୍କ ଦ୍ୱାରା ରାଜା ରାଜୁଡା ସମୟରୁ ପୂଜା ପାଇ ଆସୁଛନ୍ତି ମା’ବୁଢ଼ୀ ଠାକୁରାଣୀ, ଗ୍ରାମବାସୀ ଏହାର ରକ୍ଷଣ ବେକ୍ଷଣ କରୁଛନ୍ତି ହେଲେ ମନ୍ଦିର ରୁ ମାତ୍ର ଶହେ ମିଟର ଦୂରରେ ବିଦେଶୀ ମଦ ଦୋକାନ ଖୋଲାଯାଇଥିବାରୁ ସମ୍ପୃକ୍ତ ଅଂଚଳ ନିକଟରେ ଓ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ କିଛି ଖଳ ପ୍ରକୃତିର ଲୋକମାନେ ନିର୍ଦ୍ୱନ୍ଦ ରେ ମଦ ପିଇ ମଦକାଚ,ଗ୍ଲାସ, ଅଇଁଠା ପାଣିବୋତଲ ଓ ପାଉଚ ଜରି ପକାଉଛନ୍ତି, ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି |ତେଣୁ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ପୃକ୍ତ ଅଂଚଳ କୁ ମଦ ମୁକ୍ତ କରିବାକୁ ଦାବୀ ହେଉଛି, ଏହାସହ ଉକ୍ତ ମନ୍ଦିର ପରିସରରେ ଅଇଁଠା ମାଦକ ଦ୍ରବ୍ୟ ପକାଉଥିବା ମଦୁଆ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋଟଗଡ ବଜରଙ୍ଗ ଦଳ ପକ୍ଷରୁ ଦାବୀ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ