ନୀଳଗିରିରେ ଆଇନ ବୋଲି କିଛି ନାହିଁ, କେବଳ ଇଟାଭାଟି ଚୋର ଆଇନ ତିଆରି କରି ରାଜ୍ କରୁଛନ୍ତି ପ୍ରଶାସନ ଖାଉଚୁ ଟଙ୍କା
ନୀଳଗିରି (ଜୁଗାବ୍ଦ ନ୍ୟୁଜ୍): ସୁପ୍ରିମ୍କୋର୍ଟ ଚିମିନି ଇଟାଭାଟି ଉପରେ ସ୍ୱତନ୍ତ୍ର ଗାଇଡ ଲାଇନ ଜରିଆରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଇଟାଭାଟି ଚାଲିବା ଆଦୌ ସମ୍ଭବପର ନୁହେଁ ସେଇଥିପାଇଁ କେନ୍ଦ୍ର ସରକାର ଫ୍ଲାଏ ଆସ୍ ସିମେଣ୍ଟ ଇଟା ଉପରେ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ନୀଳଗିରି ଅଞ୍ଚଳରେ ଥିବା ଚିମିନି ଓ ଚଦର ଇଟାଭାଟି ମାଫିଆଙ୍କ କବଜାରେ ନୀଳଗିର ପ୍ରଶାସନ ରହି ସୁପ୍ରିମକୋର୍ଟ ଆଦେଶକୁ ମାନିବା ପରିବର୍ତ୍ତେ କୋର୍ଟ ଆଖିରେ ଆଙ୍ଗୁଳି ପୁରାଇ ଦେଇଛନ୍ତି । ନୀଳଗିରିରେ ପାଖାପାଖି ୨ ଶହ ୬୩ଟି ଇଟାଭାଟି ଚାଲିଛି । ସେଥିମଧ୍ୟରୁ ସନ୍ତରାଗଡିଆଠରେ ଚଦର ଓ ଚିମିନି ଇଟାଭାଟି ମିଶି ୪୭ଟି , ମିରିଗିଣିରେ ୩୨, ଶ୍ୟମସୁନ୍ଦରପୁରରେ ୧୦, ଡୁମଗଣ୍ଡିରାରେ ୧୯, କାଂଶ ଓ କାଠପାଳରେ ୫୩, ମାଟିଆଳିରେ ୧୫, ବରହମପୁରରେ ୫୩, କୁଲଡିହା ପାଦଦେଶରେ ୫୬ଟି ଇଟାଭାଟି ବେଧଡକ୍ ଚାଲିଛି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ସେତେବେଳର ତହସିଲଦାର ମନୋରମା ଭୂୟାଁ ଇଟା ଚୋରଙ୍କ ଉପରେ ୧ କୋଟି ୬ ଲକ୍ଷ ଟଙ୍କା ଜୋରିମାନା କରିଥିଲେ ଏବଂ ତାଙ୍କ ରହଣୀ ସମୟରେ ୭୬ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିଥିଲେ, ଅବଶିଷ୍ଟ ୩୦ ଲକ୍ଷ ଟଙ୍କା ଅଣଆଦାୟ ହୋଇ ରହିଥିଲା । ତହସିଲଦାର ଶ୍ରୀମତୀ ଭୂୟାଁଙ୍କ ବଦଳୀ ପରେ ନୀଳଗିରି ପ୍ରଶାସନ ତାଙ୍କଠାରୁ ଅନୁକମ୍ପା ପୂର୍ବକ ଡୁନେସନ ନେଇ ସଲାସୁତୁରା କରିଥିଲା, ଫଳରେ ଇଟାଭାଟି ମାଲିକ ମାନଙ୍କର ମାଫିଆରାଜ ବର୍ତ୍ତମାନସୁଧା ଅତିଉତ୍କଟତର ହୋଇଛି । ଏଥିରେ ମାଫିଆମାନେ ଦିବାରାତ୍ର ଅତିଅଳ୍ପ ଉଚ୍ଚତା ବିଶିଷ୍ଟ ଚିମିନି ଲଗାଇ ଆଖପାଖ ଗାଁରେ ତାପଜ ବିଦ୍ୟୁତ ଖଣିଥô୍ବା ଫେକ୍ଟ୍ରିଭଳି ଦେଖିବାକୁ ମିଳୁଛି । ଚଦରଭାଟି ମାଫିଆ ଜଙ୍ଗଲରୁ ଅବାଧରେ ଟ୍ରିପ୍ ଟ୍ରିପ୍ କାଠ ଆଣି ଇଟା ପୋଡୁଛନ୍ତି । ସେହିଭଳି ମାଟି ରୟାଲିଟି ବାବଦକୁ ଗୋଟିଏ ଟଙ୍କା ନଦେଇ ବହୁ ଚାଷ ଜମିରୁ ମାଟି ଉଠାଣ କରିବାପରେ ଅନ୍ୟୁନ ୩ ହଜାର ଏକର ଜମିରେ ଆଉ ଚାଷ ହୋଇପାରୁନାହିଁ । ଅନ୍ୟ ପକ୍ଷରେ ଯେତିକି ଇଟାଭାଟି ଚାଲିଛି ଚଢାଉ କରାଗଲେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ ହୋଇପାରିବ । ପ୍ରଶାସନ କ୍ଷେତ୍ରରେ ପ୍ରଥମତଃ ଆର୍ଆଇମାନଙ୍କ ଅଧିନରେ ଥିବା ଏହି ଭାଟି ଗୁଡିକ ନିଦ୍ୱର୍ନ୍ଦରେ ଚାଲିଥିଲେହେଁ ମୋଟାଅଙ୍କର ଟଙ୍କା ନେଇ ଉପରିସ୍ଥ ଅଧିକାରୀଙ୍କୁ ସନ୍ତୁଷ୍ଟକରାଇ ମାଫିଆରାଜକୁ ପୋତ୍ସାହନ ଯୋଗାଉଛନ୍ତି । ରାଜସ୍ୱ ଅଧିକାରୀମାନେ ଇଟାଭାଟି ପାଖକୁ ଯାଇ ମଧ୍ୟ ଏକ ଫଲ୍ସ ରିପୋର୍ଟ ପ୍ରସ୍ତୁତ କରି ପ୍ରଶାସନକୁ ଦେଉଥିବାରୁ କାଗଜପତ୍ରରେ ସନ୍ତୁଷ୍ଟ ତଥା ମାସିକିଆ ଭେଟ ଭାଟରେ ସନ୍ତୁଷ୍ଟ ଥିବାରୁ ସରକାରଙ୍କର ସମସ୍ତ ରାଜସ୍ୱ ଲୁଟ ହୋଇଯାଉଛି । ଅପରପକ୍ଷରେ ମଫିଆମାନେ ଏଭଳି ସୁଯୋଗରେ ବିରାଟ ବିରାଟ ପ୍ରାସାଦ, ନାମିଦାମି କାର, ଟ୍ରକ, ଡୁଜର,ଲୁଡର ଖର୍ଦି ସହିତ ବ୍ୟାଙ୍କ ବାଲାନ୍ସ ବଢାଇବାରେ ଲାଗି ପଡିଛନ୍ତି । ଶୀତତାପ ନିୟନ୍ତ୍ରୀତ ଘରେ ବସି ପ୍ରଶାସନିକ ଫାଇଲ ସଜଡାଯାଇ ପାରୁଥିବାରୁ ଏବଂ କିଛି ହରିଲୁଟ ଗଣମାଧ୍ୟମ ପ୍ରତିନିଧି ଟଙ୍କାନେଇ ଖବର ଲୁଚାଉଥିବାରୁ ଓଡିଶା ସରକାର, ଜିଲ୍ଲା ପ୍ରଶାସନ କିଛି ଜାଣିପାରୁ ନାହନ୍ତି । ଖୁବ ଶୀଘ୍ର ଉ୍ଚ୍ଚସ୍ତରୀୟ ତଦନ୍ତ କରି ମାଫିଆ ରାଜ ତଥା ପ୍ରଶାସନରେ ଥାଇ ଅବହେଳା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ପାଇଁ ସାଧାରଣ ଦାବି ହୋଇଛି ।


