ଅଜଣା ଗାଡି ଧକ୍କାରେ ହରିଣର ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଜାତୀୟ ରାଜପଥ ୧୮ର କଳାବାଡ଼ିଆ ନିକଟରେ ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ହରିଣ ର ମୃତ୍ୟୁ ଘଟିଛି । କୁଳିଅଣା ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣ କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠେଇବାର ବ୍ୟବସ୍ଥା କରୁଛନ୍ତି ।ତେବେ ହରିଣ ଟି କୁଆଡ଼ୁ ଏବଂ କେମିତି ଆସିଲା ଜଣାପଡି ନାହିଁ । ଦିନ କୁ ଦିନ ଜଙ୍ଗଲ ନଷ୍ଟ ହେବା ଫଳରେ ଜଙ୍ଗଲି ଜନ୍ତୁ ଏବେ ଗାଁ ମୁହାଁ ହେଉଥିବାରୁ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରିବ ନିଶ୍ଚୟ ।