ଶିଳ୍ପ ଓ ବୈଷୟିକ ଶିକ୍ଷାର ବିନ୍ଧାଣି ଥିଲେ ବିଧୁଭୂଷଣ

ଭୁବନେଶ୍ଵର,(ଓ୍ବାଇଏନ୍ଏସ୍): ଓଡ଼ିଶାର ଶିଳ୍ପ ଓ ବୈଷୟିକ ଶିକ୍ଷାର ବିନ୍ଧାଣି ଥିଲେ ଇଂ ବିଧୁ ଭୂଷଣ ଦାଶ ୮୮ ବର୍ଷ ବୟସରେ ଶ୍ରୀ ଦାଶଙ୍କର ପରଲୋକ ଘଟିଛି । ସେ “ କରୋନା ‘ରେ ଆକ୍ରାନ୍ତ ହୋଇ ଭୁବନେଶ୍ଵର ର ଏକ ଘରୋଇ ଚିକିତ୍ସାଳୟରେ ଚିକିସ୍ସିତ ହେଉଥିଲେ । ତାଙ୍କର ଶେଷକୃତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସମ୍ପନ୍ନ ହୋଇଛି । ଏକମାତ୍ର ପୁତ୍ର ଇଂ ସଞ୍ଜବ ଦାଶ ତାଙ୍କୁ ମୁଖାଗ୍ନି ଦେଇଥୁଲେ । ତାଙ୍କର ମୃତ୍ୟୁ ଖବର ପ୍ରଗ୍ଚର ହେବା ପରେ ଭୁବନେଶ୍ଵର ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି ।ସୂଚନାଯୋଗ୍ୟ ଯେ, ଇଂ ବିଧୁଭୂଷଣ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ଜଣେ ସଚ୍ଚୋଟ ଅଧିକାରୀ ଭାବେ ଜୀବନ ନିର୍ବାହ କରିଥୁଲେ । ସେ କଟକ, ବାଲେଶ୍ଵର ଓ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ଶିଳ୍ପ ଅଧ୍ୟକାରୀ ଭାବେ, ବ୍ରହ୍ମପୁର ଓ କଟକ ଇଞ୍ଜନିୟରିଂ ସ୍କୁଲ୍‌ର ଅଧ୍ଯକ୍ଷ ରୂପେ ନିଜର ଦାୟିତ୍ବ ସମ୍ପନ୍ନ କରି ପ୍ରିୟଭାଜନ ହୋଇ ପାରିଥିଲେ । ଏତଦ୍‌ସହ ରାଜ୍ୟ ସଡ଼କ ପରିବହନ ନିଗମ, ଓଏସ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ପ୍ରଶଂସିତ ମଧ୍ଯ ହୋଇଥିଲେ । ସତୁରୀରୁ ଅଶି ଦଶକରେ ଭାରତର ଘରେ ଘରେ କୋଣାର୍କ ଟେଲିଭିଜନ ର ମହତ୍ଵ ପ୍ରତିପାଦନ କରି ସର୍ବଜନବିଦିତ  ହୋଇପାରିଥିଲେ ।ବିଶ୍ବବ୍ୟାଙ୍କ ସହାୟତାରେ ସମସ୍ତ ଶିଳ୍ପ ଓ ବୈଷୟିକ ବିଦ୍ୟାଳୟ ଗୁଡ଼ିକର ଆଧୁନିକୀକରଣ ର ମୁଖ୍ୟ ପୁରୋଧା ସେ ଥିଲେ। ସ୍ଵର୍ଗତ ଦାଶ ଜଣେ ପ୍ରବୀଣ ମନସ୍ତତ୍ବବିତ୍‌ ତଥା ଛାତ୍ରବସ୍ସଳ ଆଦର୍ଶ ଅଧ୍ଯକ୍ଷ ଭାବେ ବେଶ୍‌ ସୁନାମ ଅର୍ଜନ କରିଥଲେ । ତାଙ୍କର ବହୁ ଛାତ୍ର ରାଜ୍ୟ ତଥା ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଇଂଧୀରେନ୍ଦ୍ର କର, ଇଂ ମିହିର କୁମାର ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଜଣେ ଦକ୍ଷ ପ୍ରଶାସକ ଭାବେ ସ୍ଵର୍ଗତ ଦାଶ ବୁଵ୍ଵିଜିବୀ ମହଲରେ ବେଶ୍‌ ପରିଚିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ