ଚାନ୍ଦପୁରରେ ୩୭ତମ ମା’ମଙ୍ଗଳା ପୂଜା ଅନୁଷ୍ଠିତ
ନାଉଗାଁ,:ନାଉଗାଁ ବ୍ଲକ ବାଂଶ ପଂଚାୟତ ଅନ୍ତର୍ଗତ ଚାନ୍ଦପୁରାର ଗୋଛାୟତ ସାହିରେ ୩୭ ତମ ମା’ମଙ୍ଗଳା ପୂଜା ଅନୁଷ୍ଠିତ ହେଉଛି । ମା’ ମଙ୍ଗଳା ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ପୂଜାରେ କଳସ ଶୋଭାଯାତ୍ରା ସହିତ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ସାହିରେ ଅନୁଷ୍ଠିତ ପୂଜା ଏକ ନିଆରା ଢଙ୍ଗରେ କରାଯାଇଥାଏ । ସାହିରେ ଥିବା ସମସ୍ତ ପରିବାରଙ୍କର ସମସ୍ତ ବନ୍ଧୁବାନ୍ଧବ ଏହି ପୂଜାରେ ସାମିଲ ହେଇଥାନ୍ତି । ପ୍ରତ୍ୟେହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ଭ୍ରମରବର ଗୋଛାୟତ, ସଂପାଦକ ଦେବଦତ ଗୋଛାୟତ ସମେତ ସମସ୍ତ ସଦସ୍ୟ ଓ ସାହିବାସୀ ପରିଚାଳନା କରୁଛନ୍ତି । ଆସନ୍ତା ଶୁକ୍ରବାର ଭସାଣୀ କାର୍ଯ୍ୟକ୍ରମ ରହିଥିବା ସଭାପତି ଭ୍ରମରବର ଗୋଛାୟତ ସୂଚନା ଦେଇଛନ୍ତି ।