ବୁଗୁଡାରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର

ବୁଗୁଡା,(ଅନିଲ କୁମାର ମହାରଣା): ଆଜି ସକାଳୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ବିରଞ୍ଚିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ। ସେହି ଗ୍ରାମର ପବିତ୍ର ନାୟକ ସକାଳୁ ନିଜ ଘରର ବାରିକୁ ଯିବାବେଳେ ଏକ ଶିଶୁର କ୍ରନ୍ଦନ ଶୁଣି ସେଠାକୁ ଯାଇ ଏକ ନବଜାତ ପୁତ୍ର ସନ୍ତାନ ବାରିରେ ପଡିଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ଏହି ବିଷୟ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ରୁଣ୍ଡହୋଇ ସ୍ଥାନୀୟ ଆଶକର୍ମୀଙ୍କୁ ଖବର ଦେଇଥିଲେ। ଆଶକର୍ମୀ ଆସି ନବଜାତ ଶିଶୁକୁ ଧରି ବୁଗୁଡା ମେଡିକାଲକୁ ନେବାପରେ ମେଡିକାଲରେ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ନବଜାତ ପୁତ୍ର ସନ୍ତାନର ନାଭିନାଡ଼ କାଟିବ ସହ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ଶିଶୁଟି ବୁଗୁଡା ମେଡିକାଲରେ ସୁସ୍ଥ ଥିବାବେଳେ ଶିଶୁର ଓଜନ ୨ କିଲୋ ୩୦୦ ଗ୍ରାମ ଥିବା ମେଡ଼ିକାଲ ଅଫିସର ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏଥିସହ ସେ ଏନେଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ଅବଗତ କଲାପରେ ଚାଇଲଡ଼ସ ହେଲ୍ପ ଲାଇନଙ୍କୁ ଖବର ଦିଆଯାଇଛି। ସେମାନେ ଆସିଲେ ଶିଶୁ ପୁତ୍ର ସନ୍ତାନକୁ ହସ୍ତାନ୍ତର କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ