ଛଅ ମାସର ଝିଅକୁ ଧରି ଦେବୀ ନଦୀକୁ ଡେଇଁଲା ମା

ନାଉଗାଁ,: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳୋ ପଂଚାୟତ ପୋକାମୂଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସେହିଗ୍ରାମର ଛ ମାସର ଝିଅକୁ ଧରି ମା ଦେବୀନଦୀକୁ ଡେଇଁ ପଡିଥିବା ସୂଚନା ମିଳୁଛି । ଗ୍ରାମର ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ ନିଜ ଝିଅ ପାରମିତା ରାଉତଙ୍କୁ ଧରି ନଦୀବନ୍ଧକୁ ଯାଇ ରାତି ସମୟରେ ପାଣିକୁ ଭିତରକୁ ଡେଇଁ ପଡିଥିବା କୁହାଯାଉଛି । ଗ୍ରାମର ଲୋକମାନେ ଖୋଜା ଖୋଜି ଆରମ୍ଭ କରିଥିବା ବେଳେ ନଦୀରେ ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜି ଥିବା କୁହାଯାଉଛି । ପାରିବାରିକ କଳହ କିମ୍ବା ଅନ୍ୟ କୌଣସି କାରଣରୁ ଲିପିନା ଏଭଳି କରିଲେ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇଁ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଘଟଣାସ୍ଥଳରେ ପହଁଚିଥିବା ଜଣାଯାଇଛି । ଅନ୍ୟପଟରେ ଘଟଣାସ୍ଥଳରେ ଅଗ୍ନଶମ ବାହିନୀ ପହଂଚିଥିଲେ ମଧ୍ୟ ରାତି ହେତୁ ଖୋଜିବା ସମ୍ଭବ ହୋଇପାରିନାହିଁ ବୋଲି ଜଣାଯାଇଛି । ଛ ମାସର ଝିଅକୁ ଧାରି ମା’ର ନଦୀକୁ ଡେଇଁ ପଡିଥିବା ଘଟଣା ସମସ୍ତ ଗ୍ରାମବାସୀକୁ ସ୍ତବ୍ଧ କରି ଦେଇଛି ।ପ୍ରକାଶ ଥାଉକି ରୋହିଆ ଗ୍ରାମର କୈଳାସ ଚନ୍ଦ୍ର ରାଉତଙ୍କ ଝିଅ ଲିପିନା ବୋଲି ଜଣାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ