ସମାଜସେବୀ ସ୍ୱର୍ଗତ ଚନ୍ଦ୍ରମଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅନ୍ତର୍ଗତ ଦକ୍ଷିଣବାଡ ଗ୍ରାମର ସମସ୍ତଙ୍କ ପ୍ରିୟ ସୁପରିଚିତ,ସୁନାମଧନ୍ୟ ଡାକ୍ତର ଅଜିତ ପ୍ରସାଦ ଜେନାଙ୍କ ବାପା ତଥା ସମାଜସେବୀ ସ୍ବର୍ଗତ ଚନ୍ଦ୍ରମଣି ଜେନାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ,ସ୍ମରଣିକା ଲୋକାର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ୧୦ଟା ସମୟରେ ନିଜ ବାସଭବନ ନିକଟସ୍ଥ ମହେନ୍ଦ୍ର ନୋଡାଲ ବିଦ୍ୟାଳୟ ପଡିଆଠାରେ ସ୍ମୃତି ସଂସଦର ସଭାପତି ଶିକ୍ଷା ବିତ୍ ମହେଶ୍ବର ସ୍ୱାଇଁଙ୍କ ସଭାପତିତ୍ୱରେ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସ୍ୱର୍ଗତ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିରିକ୍ତ ଶିକ୍ଷାଧିକାରୀ ହେମେନ୍ଦ୍ର ନାଥ ମହାନ୍ତି ସଭା ସଂଚାଳନ କରିଥିଲେ। ଏହି ଅବସରରେ ଚନ୍ଦ୍ରମଣି ସ୍ମୃତି ସଂସଦ ତରଫରୁ ଅତିଥି ମାନଙ୍କ ଦ୍ଵାରା ଚନ୍ଦାଲୋକରେ ଚନ୍ଦ୍ରମଣି ସ୍ମରଣିକା ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଏଥିସହିତ ମହେନ୍ଦ୍ର ନୋଡାଲ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଓ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ କରାଯିବା ସହ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ଏହି ସ୍ମୃତିଚାରଣ ସଭାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବ୍ରଜ କିଶୋର ରାଉତ,ରାମହରି ଗୋସ୍ୱାମୀ,ସେବା ନିବୃତ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର,ନିରାକାର ମହାନ୍ତି,ପୀତବାସ ପାଣି,ଶରତ ଖିଲାର,କାହୁଁ ଚାରଣ ନାଥ,ମେଟ୍ରିକ୍ ,+୨ ଟପର ଓ ଓଡ଼ିଶା ରକବି ଫୁଟବଲ ଚମ୍ପିୟାନଙ୍କୁ ପୁଷ୍ପ ଗୁଚ୍ଛ,ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ରଙ୍କ ପିତା ସ୍ବର୍ଗତ ଭୈରବ ଚରଣ ମହାପାତ୍ରଙ୍କୁ ମାରୋଣତ୍ତରୋ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ,ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଏନଏସି ଅଧ୍ୟକ୍ଷା ନିବେଦିତା ଜେନା,ସମାଜସେବୀ ଡ଼ା ସଞ୍ଜୟ କୁମାର ଦାସ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ମହାନ୍ତି,ହରେକୃଷ୍ଣ ପାଢ଼ୀ ପ୍ରମୁଖ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇ ସ୍ବର୍ଗତ ଜେନାଙ୍କର ଅସାଧାରଣ ପ୍ରତିଭା, ସାଂଗଠାନିକ କାର୍ଯ୍ୟ ଦକ୍ଷତା ଏବଂ କର୍ମମୟ ଜୀବନ ଉପରେ ଆଲୋଚନା ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ,ସାଧାରଣ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା,ବରିଷ୍ଟ ସାମ୍ୱାଦିକ,ବାସୁଦେବ ତ୍ରିପାଠୀ,ସେକ ଜାଫର ଅଲ୍ଲୀ,ପ୍ରଦୀପ ମହାପାତ୍ର,କୃଷ୍ଣ ଚନ୍ଦ୍ର ଜେନା,ସଂଜୀବ ମହାନ୍ତି,ସୁଧାକର ଦାଶ,କୁମାରେଶ ଖିଲାର,ସରୋଜ ସେଠୀ,ଶିକ୍ଷାବିତ୍ ରସାନନ୍ଦ ମହାପାତ୍ର,ନିରାକାର ଧଳ,ହୃଦାନନ୍ଦ କର,ଅଭିମନ୍ୟୁ ମଲ୍ଲିକ,ଅଧ୍ୟାପକ ଚିତ୍ତ ରଞ୍ଜନ ଦାଶ,ସମାଜସେବୀ ରମଣୀ ରଞ୍ଜନ ଦାଶ,ମହମ୍ମଦ ହବିବୁର୍ ରହେମାନ,ବିରେନ୍ଦ୍ର ଜେନା,ଅଶୋକ ଜେନା,ମାନସ ରଞ୍ଜନ ସାହୁ,ଲକ୍ଷଣ ନାୟକ,ଅଧିବକ୍ତା ଅଶୋକ ଦାସ,ଅମରେନ୍ଦ୍ର ମହାନ୍ତି,ରଣଜିତ୍ ମହାନ୍ତି,ଅଗଣି ଜେନା,ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। ପ୍ରକାଶ ଥାଉକି ସନ୍ଧ୍ୟା ବେଳେ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ବିଜେପି ନେତା ଅଅରବିନ୍ଦ ପତି,କୈଳାସ ଚନ୍ଦ୍ର ମହାପାତ୍ର,ମନୋଜ ମଲ୍ଲିକ,ବିଜୟ କୁମାର ରାମ,ନାରାୟଣ ରାଉତ ଓ ଅନ୍ୟ ନେତୃ ମଣ୍ଡଳୀ ବାସଭବନରେ ପହଞ୍ଚି ସ୍ୱର୍ଗତ ଜେନାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଓମପ୍ରକାଶ ଯେନା,ହେମନ୍ତ କୁମାର ଯେନା,ରାଜେଶ୍ କୁମାର ବେହେରା,ଲକ୍ଷ୍ମୀଧର ବେହେରା ଭାରତ ବାରିକ,ଜ୍ୟୋତି ରଞ୍ଜନ ଦାସ,ଉଦୟ ନାରାୟଣ ପୋଥାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ୱର୍ଗତ ଜେନାଙ୍କର ସୁଯୋଗ୍ୟ ସନ୍ତାନ ଗ୍ୟାସଷ୍ଟୋଲୋଜି ପ୍ରଫେସର ଡ଼ା ଅଜିତ୍ ପ୍ରସାଦ ଜେନା ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।


