ବରିଷ୍ଠ ନାଗରିକ କୋକିଳ ମଣ୍ଡଳଙ୍କୁ ଶ୍ରଦ୍ଧା ସୁମନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ବରିଷ୍ଠ ନାଗରିକ କୋକିଳ ମଣ୍ଡଳଙ୍କ ଏକାଦଶାହରେ ତାଙ୍କ ବାସଭବନ ରେ ରାଇରଙ୍ଗପୁର ବରିଷ୍ଠ ନାଗରିକ ସଂଘ ଓ ସହରର ସାହିତ୍ୟିକ, ବୁଦ୍ଧିଜୀବୀ, ସାଂସ୍କୃତି ପ୍ରେମୀ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଥିଲା I ବରିଷ୍ଠ ନାଗରିକ ସଂଘର ସଭାପତି ଆଇନଜିଵୀ ରସାନନ୍ଦ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଲଷ୍ମନ ମାଝୀ କୋକିଳ ବାବୁଙ୍କୁ ଜଣେ ଦରଦୀ ମଣିଷ ଭାବେ ବର୍ଣନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ଅଧ୍ୟାପକ ଗଣେଶ ମିଶ୍ର କୋକିଳ ବାବୁ ଜଣେ ମିଷ୍ଟଭାସୀ ଓ ଅମାୟିକ ବ୍ୟକ୍ତି ଭାବେ ବର୍ଣନା କରିଥିଲେ I ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ ତାଙ୍କ ଗୁଣା ବଳି ସମ୍ପର୍କରେ ଆଲୋଚନା କରିଥିଲେ I ଏଥିରେ ସାଧାରଣ ସମ୍ପାଦକ ମକରଧ୍ୱଜ ସାମଲ, ସଦସ୍ୟ ରାଖାଲ ଚନ୍ଦ୍ର ବରାଳ, କୁଳ ମଣି ମହାନ୍ତ,ଗୋକୁଳ ଚନ୍ଦ୍ର ପାଣି, ଅଟମଳ ମହାନ୍ତ ସମେତ ଇଂ ଉମାକାନ୍ତ ମହାନ୍ତ, ଦାରାସିଂ ମହାନ୍ତ, କମଳେଶ ବଳ, ମନ ମୋହନ ପରମାଣିକ, ଡ଼ ଦିଗମ୍ବର ଗିରି, ପୋଲିସ କର୍ମଚାରୀ ସୁଜିତ ପଟ୍ଟନାୟକ, ସୁକାନ୍ତ କୁମାର ବେହେରା, ଏ.ସ.ଆଇ ସନ୍ତୋଷ କୁମାର ଖେସ ଓ ପୁର୍ଣିମା ତିର୍କି ପ୍ରମୁଖ ଯୋଗ ଦାନ କରି ଶ୍ରଦ୍ଧା ସୁମନ ଜଣାଇ ଥିଲେ I ତାଙ୍କ ସୁପୁତ୍ର ଶ୍ୟାମ ସୁନ୍ଦର ମଣ୍ଡଳ, କନ୍ୟା ଲାବଣ୍ୟମୟୀ ବେହେରା, ମନ୍ଦାକିନୀ ମଣ୍ଡଳ, ମଧୁସ୍ମିତା ମଣ୍ଡଳ, ଅଭିଜିତ ମଣ୍ଡଳ, ପୁତ୍ର ବଧୂ ସ୍ୱାତୀ ମଣ୍ଡଳଙ୍କୁ ବରିଷ୍ଠ ନାଗରିକ ସଂଘ ତରଫରୁ ତାଙ୍କ ବାପାଙ୍କ ସ୍ମୃତି ଉଦେଶ୍ୟରେ ପରିବାରଙ୍କୁ ଏକ ଫୋଟୋ ଚିତ୍ର ପଦାନ କରିବା ସହିତ ସାନ୍ତ୍ୱନା ଦେଇଥିଲେ I ଏହି କାର୍ଯ୍ୟକ୍ରମ କୁ ସାହିତ୍ୟିକ ଲଳିତ ମହାନ୍ତ ସଂଯୋଜନା କରିଥିଲା ବେଳେ ଶିକ୍ଷକ ସ୍ମୃତି ରଞ୍ଜନ ପାଣି ପରିଚାଳନା କରିଥିଲେ I


