ଲଭ୍ ଟ୍ରେନ୍: ରହିଛି ଦୁଇ ଦିନ, ଗୋଟିଏ ରାତି ଯାତ୍ରା କରିବା ସୁବିଧା

ଚାଇନାରେ ଏବେ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି । କାରଣ ଏଠାରେ ଲିଙ୍ଗଗତ ବ୍ୟବଧାନ ଅଧିକ । ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ ମଧ୍ୟ । ଏଠାକାର ଏକକ ସନ୍ତାନ ଯୋଜନା(ଯାହାକୁ ଏବେ ଉଠାଇ ନିଆଯାଇଛି) ଯୋଗୁ ଅନେକେ କନ୍ୟା ଭ୍ରୂଣକୁ ନଷ୍ଟ କରିଛନ୍ତି । ତେଣୁ ଏବେ ଏହା ଏକ ସମସ୍ୟାର ରୂପ ନେଇଛି । ଆଗାମୀ ୩୦ ବର୍ଷ ଭିତରେ ୩୦ ମିଲିୟନ ଚାଇନା ପୁରୁଷଙ୍କୁ ଝିଅ ମିଳିବନାହିଁ । ସେଥିପାଇଁ ୨୦୧୬ରେ ଆରମ୍ଭ ହୋଇଥିଲା ୧୦ ବଗି ବିଶିଷ୍ଟ ଏକ ସ୍ୱତନ୍ତ୍ର ରେଳସେବା, ଯାହାର ନାଁ ୱାଇ୯୯୯ଲଭ୍ ପରସୁଟ୍ ଟ୍ରେନ୍ । ଏଥିରେ ଦୁଇ ଦିନ ଓ ଗୋଟିଏ ରାତିର ଯାତ୍ରା କରିବା ସୁବିଧା ଥାଏ । ସେହି ସମୟ ମଧ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦାନ କରାଯାଏ ଓ ବିଭିନ୍ନ ଗେମ୍ ବି ଖେଳିବା ବ୍ୟବସ୍ଥା ଅର୍ଗାନାଇଜର୍ମାନେ କରିଥାଆନ୍ତି । ଯେମିତି କି ସମସ୍ତେ ପରସ୍ପରକୁ ଭଲ ଭାବେ ଚିହ୍ନିପାରିବେ । ତିନିବର୍ଷ ମଧ୍ୟରେ ୩୦୦୦ ଯୁବତୀଯୁବକ ଏଥିରେ ଯାତ୍ରା କରିସାରିଲେଣି । ଆଉ ଏହି ଯାତ୍ରା ମାଧ୍ୟମରେ ୧୦ଟି ବିବାହିତ ଯୋଡି ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ