୧୦ଟି ଭେଜ୍ ଫୁଡ ଯାହାକି ବାସ୍ତବରେ ନନ୍ଭେଜ
ଖାଦ୍ୟ ନେଇ ଶାକାହାରୀ ଲୋକଙ୍କ ପାଖରେ ସୀମିତି ବିକଳ୍ପ ଥାଏ, କିନ୍ତୁ ସେମାନେ ଏଥିରେ ସନ୍ତୁଷ୍ଟ ରହନ୍ତି ଏହାକୁ ଭରପୁର ଉପଭୋଗ କରନ୍ତି । ସମ୍ପୂର୍ଣ୍ଣ ଶାକାହାରୀ ବନ୍ଧୁଟିଏ ଆମିଷ ହୋଟେଲକୁ ନେଇକି ଗଲେ ତାଙ୍କର ପ୍ରତିକ୍ରିୟା କେମିତି ହୋଇଥାଏ, ତାହା ଆପଣ ଅଙ୍ଗେ ନିଭାଉଥିବେ । ତେବେ ଆଜି ଆମେ ଏଠାରେ ଯେଉଁ କଥା ଲେଖୁଛୁ ତାହା ପଢ଼ିଲେ ଭେଜ ରେଷ୍ଟୁରାଣ୍ଟକୁ ଯାଉଥିବା ଶାକାହାରୀ ବ୍ୟକ୍ତିମାନଙ୍କ ହୋସ୍ ଉଡ଼ିଯିବ । ଭେଜ ରେଷ୍ଟୁରାଣ୍ଟରେ ଆମେ ଖାଉଥିବା ଅନେକ ଭେଜ ବ ନିରାମିଷ ଖାଦ୍ୟ ପ୍ରକୃତରେ ନନ୍ଭେଜ ବା ଆମିଷ ହୋଇଥାଏ । ସେମିତି କିଛି ଖାଦ୍ୟ ସମ୍ପର୍କରେ ଆମେ ଏଠାରେ ଆଲୋଚନା କରୁଛୁ ।
ମେନଚାଓ ସୁପ୍:ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଗଲେ ଆମ ପାଖରେ ସୁପ୍ ପାଇଁ ଦୁଇଟି ବିକଳ୍ପ ଥାଏ । ଗୋଟିଏ ଭେଜ ସୁପ ଓ ଆଉ ଗୋଟିଏ ନନଭେଜ ସୁପ । ଯଦି ଆପଣଙ୍କୁ କୁହାଯିବ ଯେ ବାସ୍ତବରେ ଆପଣ ଯେଉଁ ଭେଜ ସୁପ ପିଉଛନ୍ତି ତାହା ପୂର୍ଣ୍ଣ ମାତ୍ରାରେ ଭେଜ୍ ନୁହେଁ, ତାହା ହେଲେ ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ । ମେନଚାଓ ଚୁପ ହେଉଛି ଚୀନର ଏକ ପ୍ରକାର ଭେଜ ସୁପ । ଆପଣମାନେ ପ୍ରାୟ ସମସ୍ତେ ରେଷ୍ଟୁରାଣ୍ଟକୁ ଗଲେ ଏହି ସୁପର ମଜା ନେଇଥିବେ । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ମେନଚାଓ ସୁପରେ ମାଛରୁ ପ୍ରସ୍ତୁତ ଏକ ସସ ପକାଯାଏ । ଏହାକୁ କୁହାଯାଏ ଟମ୍ ୟସ ସସ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହି ସସ୍ର ବ୍ୟବହାର କରନ୍ତି । ତେବେ ସୁପ ଖାଇବା ପୂର୍ବରୁ ଯାଞ୍ଚ କରି ନେଲେ ଭଲ ।
ନାନ୍:ଜୈନ ଧର୍ମାବଲମ୍ବୀ ମାନେ ମଧ୍ୟ ନାନ୍ ଖାଆନ୍ତି । କାରଣ ସେମାନେ ଭାବନ୍ତି ଯେ ଏହା ସମ୍ପୂର୍ଣ୍ଣ ନିରାମିଷ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ରେଷ୍ଟୁରାଣ୍ଟରେ ନାନର ଅଟାକୁ ଚକଟି ବେଳେ ସେଥିରେ ଅଣ୍ଡା ମିଶାଇ ଥାଆନ୍ତି । ଅଣ୍ଡା ମିଶାଇବା ଦ୍ୱାରା ତାହା ନରମ ରହେ ।
ଧଳାଚିନି:ଏହାର ବହୁଳ ବ୍ୟବହାର ହୋଇଥାଏ । ଚା’ଠାରୁ ଆରମ୍ଭ କରି ଜଳଖିଆ ଓ ବିଭିନ୍ନ ପ୍ରକାର ମିଠା ଜିନିଷ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ । ଯଦି ଆପଣଙ୍କୁ କୁହାଯାଏ ଧଳା ଚିନି ମଧ୍ୟ ନନ୍ଭେଜ, ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ । ଆପଣ କହିବେ ମିଛ । କିନ୍ତୁ ଏହା ମିଛ ନୁହେଁ । ଚିନିକୁ ବ୍ଳିଚ କରିବା ପାଇଁ ନାଚୁରାଲ କାର୍ବନ ବ୍ୟବହାର କରାଯାଏ । ଏହା ପ୍ରକୃତରେ ନାଚୁରାଲ କାର୍ବନ୍ ହେଉଛି ପଶୁମାନଙ୍କର ଜଳିଯାଇଥିବା ହାଡ଼ । ଅଧିକାଂଶ କମ୍ପାନୀ ଗ୍ରାନୁଲାର କାର୍ବନ ବ୍ୟବହାର କରିଥାଆନ୍ତି । କାରଣ ଏଥିରେ ପଶୁଙ୍କ ହାଡ଼ ନଥାଏ । ତେଣୁ ମାଟିଆ ରଙ୍ଗର ଚିନି ବା ବ୍ରାଉନ କଲର ସୁଗାର ବ୍ୟବହାର କରନ୍ତୁ ।
ହାର୍ଟ ଫ୍ରେଣ୍ଡଲି ଅଏଲ୍ : ଅନେକ ସମୟରେ ଆମକୁ ହାର୍ଟ ଫ୍ରେଣ୍ଡଲି ଅଏଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଏହି ତେଲ କୋଲେଷ୍ଟ୍ରରଲ ସ୍ତରକୁ ନିୟନ୍ତ୍ରଣ କରେ । କିନ୍ତୁ ଜାଣିଛନ୍ତି ଏଗୁଡିକ ଭେଜ ନୁହେଁ । ଅଧିକାଂଶ ହାର୍ଟ ଫ୍ରେଣ୍ଡଲି ଅଏଲରେ ଓମେଗା-୩ ଏସିଡ ରହିଛି ଏହାକୁ ମାଛ ତେଲରୁ ବାହାର କରାଯାଏ । ଆପଣମାନେ ଶୁଣିଥିବେ ଏହି ପ୍ରକାର ତେଲରେ ଭିଟାମିନ ଡି ମଧ୍ୟ ରହିଛି । ଏହି ଭିଟାମିନ ମେଣ୍ଢାଠାରୁ ଆସିଥାଏ । ତେଣୁ ଏବେଠାରୁ ତେଲ କିଣିବା ବେଳେ ସେଥିରେ ମିଶିଥିବା ଉପାଦାନଗୁଡିକ ସମ୍ପର୍କରେ ଜାଣି ନିଅନ୍ତୁ ।
ସାଲାଡ ଡ୍ରେସିଂ:ଯେତେବେଳେ ଶାକାହାରୀମାନେ ବିଦେଶ ଗସ୍ତରେ ଯାଆନ୍ତି ଖାଇବା ପାଇଁ ହଇରାଣ ହୁଅନ୍ତି । କାରଣ ବିଦେଶରେ ପୂର୍ଣ୍ଣ ନିରାମିଷ ଖାଦ୍ୟ ମିଳିବା ବଡ଼ କଷ୍ଟ । ତେଣୁ ସେମାନେ ବିଶେଷ କରି ସାଲାଡ ଉପରେ ନିର୍ଭର କରନ୍ତି । କିନ୍ତୁ ସାଲାଡକୁ ଡ୍ରେସିଂ କରିବାକୁ ବ୍ୟବହାର କରାଯାଉଥିବା ଜିନିଷ ନିରାମିଷ ହୋଇନଥାଏ । ସାଲାଡରେ ବ୍ୟବହୃତ ସସ୍ରେ ଅଣ୍ଡା ପଡ଼ିଥାଇପାରେ । ତେଣୁ ଶାକାହାରୀ ବ୍ୟକ୍ତିମାନେ ବିଦେଶରେ ହୋଟେଲରେ ସାଲାଡ ଅର୍କର ଦେବାବେଳେ ସେଥିରେ ପଡୁଥିବା ଉପାଦାନଗୁଡିକ ବିଷୟରେ ଭଲ ଭାବେ ପଚାରି ବୁଝି ନିଅନ୍ତୁ ।
ବିଅର: ବିଅରରେ କ’ଣ ସବୁ ମିଶିଛି ଜାଣିବା ପରେ ହୁଏତ ଅନେକ ଏହାକୁ ପିଇବା ଛାଡି ଦେଇପାରନ୍ତି । ବିଅରରେ ରଙ୍ଗକୁ ଭଲ କରିବାକୁ ଅନେକ କମ୍ପାନୀ ମାଛର ମୂତ୍ରାଶୟକୁ ବ୍ୟବହାର କରିିଥାନ୍ତି ।


