ଆଈ ହେବେ ରବିନା

ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ମାତ୍ର ୪୪ ବର୍ଷ ବୟସରେ ଏବେ ଆଈ ହେବାକୁ ଯାଉଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ତାଙ୍କ ପାଳିତା କନ୍ୟା ଛାୟା ଏବେ ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି । ମାତ୍ର ୨୦ ବର୍ଷ ବୟସରେ ରବିନା ଛାୟା ଓ ପୂଜା ନାମକ ୨ ଝିଅଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ନିକଟରେ ରବିନା ଛାୟାଙ୍କ ଗୋଦ ଭରାଇ ରସମର ଆୟୋଜନ କରି ଏସମ୍ପର୍କରେ ସୂଚନା ଦେଇଥିଲେ । ସାନ ଝିଅ ପୂଜା ଏବେ ନ୍ୟୁଟ୍ରିସନିଷ୍ଟ । ୨୦୦୪ରେ ରବିନା ବ୍ୟବସାୟୀ ଅନିଲ ଥଡାନିଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ