ପାରିବାରିକ କଳହର କରୁଣ ପରିଣତି;୧୫ ଦିନ ପରେ ଜୀବନ ହାରିଲେ ବିଷ ପିଇଥିବା ଯୁବତୀ
ଭଦ୍ରକ,(ୱାଇ.ଏନ୍.ଏସ୍) : ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ପିତାମ୍ବର ବାରିକଙ୍କ ଝିଅ ପିଙ୍କିରାଣୀ(୧୯) ଗତ ମାସ ୨୩ ତାରିଖରେ ପାରିବାରିକ କଳହକୁ ନେଇ ବିଷ ପିଇଥିଲେ । ପରିବାରଲୋକେ ତାଙ୍କୁ ଚିକିତ୍ସ। ନିମନ୍ତେ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶନିବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଛି ,ପରିବାରଲୋକେ ଶବ ବ୍ୟବଚ୍ଛେଦ ନକରି ଘରକୁ ନେଇଆସିଥିଲେ । କୌଣସି ସୂତ୍ରରୁ ଖବର ପାଇ ବାସୁଦେବପୁର ପୋଲିସ ପହଂଚି ଶବକୁ ଜବତ କରିଥିଲା । ଏନେଇ ଥାନାରେ ୫୨/୨୦ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।