୩୨ବର୍ଷିୟ ବ୍ୟକ୍ତିଙ୍କୁ ଦାଢ଼ି ଧଳା ରଙ୍ଗ କରିବା ମହଙ୍ଗା ପଡ଼ିଲା, ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଲେ
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରୁ ସିଆରପିଏଫ୍ ଜଣେ ନୁ୍ୟୟର୍କ ଯାଉଥିବା ବ୍ୟକ୍ତିଙ୍କୁ ଧରି ବିଚାରବିଭାଗୀୟ ହେପାଜତକୁ ନେଇଛନ୍ତି । ୩୨ବର୍ଷୀୟ ଏହି ଯାତ୍ରୀ ବିମାନବନ୍ଦରରେ ସୁରକ୍ଷାକର୍ମୀଙ୍କୁ ଚଖମା ଦେବା ପାଇଁ ନିଜ କେଶ ଓ ଦାଢ଼ିକୁ ଧଳା ରଙ୍ଗ କରି ନକଲି ପାସ୍ପୋର୍ଟ ଜରିଆରେ ନୁ୍ୟୟର୍କ ଯିବା ଯୋଜନାରେ ଥିଲେ । ଏହି ଯାତ୍ରୀଙ୍କ ନାମ ଜୟେଶ ପଟେଲ, ସେ ଗୁଜୁରାଟ ଅହମ୍ମଦାବାଦରେ ବସବାସ କରୁଥିବା ଜଣାପଡ଼ିଛି ।ନୁ୍ୟୟର୍କ ଯିବା ଯୋଜନା ରଖି ଜୟେଶ ପଟେଲ ନିଜ କେଶ ଓ ଦାଢ଼ିକୁ କଳାରୁ ଧଳା ରଙ୍ଗ କରିଥିଲେ । ସେ ହୁଇଲ ଚ୍ୟୋୟାରରେ ଦିଲ୍ଲୀର ବିମାନବନ୍ଦରରୁ ନୁ୍ୟୟର୍କ ଯିବା ପାଇଁ ପହଁଞ୍ଚିଥିଲେ । ଅଭିଯୋଗ ହୋଇଛି କି ସେ ଅମରିକ ସିଂହ ନାମରେ ନକଲି ପାସ୍ପୋର୍ଟ ବନାଇଥିଲେ । ଯେଉଁଥିରେ ସେ ନିଜକୁ ୮୧ବର୍ଷର ଥିବା ଦର୍ଶାଇଥିଲେ ।ବିମାନବନ୍ଦରରେ ସିଆରପିଏଫ୍ ଅଧିକାରୀଙ୍କୁ ଏହି ଯାତ୍ରୀ ସନ୍ଦିଗ୍ଧ ଲାଗିବା ସୂଚନା ମିଳିବା ପରେ ଡିୟୁଟିରେ ଥିବା ସୁରକ୍ଷାକର୍ମଚାରୀଙ୍କୁ ଏହାର ଯାଞ୍ଚ ଆଦେଶ ଦେଇଥିଲେ । ସିଆରପିଏଫ୍ ଅଧିକାରୀଙ୍କ କହିବାନୁସାରେ, ଜୟେଶ ପଟେଲ ଯେମିତି ଦେଖାଯାଉଥିଲେ, ତାଙ୍କର ଶରୀର ତ୍ୱଚା ଯେଭଳି ଥିଲା ଓ ତାଙ୍କର ପାସପୋର୍ଟରେ ଥିବା ସୂଚନା ସମ୍ପୂର୍ଣ୍ଣ ଭାବେ ଅଲଗା ଥିଲା । ଏହି ବ୍ୟକ୍ତି ଜିରୋ ପାୱାରର ଚଷମା ବି ପିନ୍ଧିଥିଲେ । ଯାହାଫଳରେ ସେ ନିଜ ପ୍ରକୃତ ବୟସକୁ ଲୁଚାଇ ପାରିବେ । ଜୟେଶ ପଟେଲଙ୍କ ଆଗାମୀ ଯାଞ୍ଚ ପାଇଁ ଇମିଗ୍ରେସନ୍ ଅଧିକାରୀଙ୍କୁ ହସ୍ତାନ୍ତର କରି ଦିଆଯାଇଛି । ଏହି ବ୍ୟକ୍ତି ଜଣକ ନିଜ ପ୍ରକୃତ ବୟସ କାହିଁକି ଲୁଚାଇଥିଲେ ସେ ନେଇ ଯାଞ୍ଚ ଜାରି ରହିଛି ।


