କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ

କୋଦଳା , (ଯୁଗାବ୍ଦ ନ୍ୟୁଜ) :ଶିକ୍ଷାଦାନ ପ୍ରଣାଳୀକୁ ସରସ, ସରଳ କରେଇବାରେ ଶିକ୍ଷଣ ସାମଗ୍ରୀର ପ୍ରଧାନ ଭୂମିକା ରହିଛି । କୋଦଳା ନିକଟସ୍ଥ ଦିଗାପଡା ଗ୍ରାମରେ ଥିବା ଦିଗାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ସିଆର୍ ସିସି ବାଳକୃଷ୍ଣ ମହାନ୍ତିଙ୍କ ତତ୍ୱାବଧାନରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ।ଶିକ୍ଷାଦାନ ଶିକ୍ଷଣ ପ୍ରକିୟା ଶିକ୍ଷାର୍ଥୀଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିଥାଏ । ଏତବ୍ୟତୀତ ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀର ସଠିକ ବ୍ୟବହାର ମଧ୍ୟ ଛାତ୍ରୀଛାତ୍ରଙ୍କ ମନଯୋଗକୁ ଦୃଢିଭୁତ କରିବାରେ ଶିକ୍ଷଣ ସାମଗ୍ରୀ ଯଥେଷ୍ଟ ସହାୟକ ହୋଇଥାଏ।ଏହି ମେଳାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ରବୀନ୍ଦ୍ର ନାଥ ମିଶ୍ର, ବିଜୟ ସେଠି,ରମେଶ ପାଣ୍ଡି,କ୍ରିଷ୍ଣ ନାୟକ,ସୁଯ୍ୟମଣି ଦାସ,ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ