ବିଦେଶୀ ମଦ ଦୋକାନରେ ସରକାରୀ ନିୟମ ଉଲଙ୍ଘନ ଅଭିଯୋଗ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଏକ ସରକାରୀ ବିଦେଶୀ ମଦ ଦୋକାନରେ ସରକାରୀ ନିୟମକୁ ଉଲଙ୍ଘନ କରାଯାଇ ଲୋକଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇଛି । ସଂପୃକ୍ତ ବିଦେଶୀ ମଦ ଦୋକାନରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି । ଉକ୍ତ ମଦ ବ୍ୟବସାୟୀ ଖୁଲମ ଖୁଲା ଭାବେ ସମସ୍ତ ସରକାରୀ ନୀତିନିୟମ ଉଲଙ୍ଘନ କରୁଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି । ସ୍ଥାନୀୟ ଜନସାଧାରଣଙ୍କଅଭିଯୋଗ ଅନୁଯାୟୀ ଏହି ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନରେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ପ୍ରାୟ ୧୦% ରୁ ୧୫% ଅଧିକ ଦରରେ ବିଭିନ୍ନ କମ୍ପାନୀର ମଦ ବିକ୍ର କରାଯାଉଥିବା ଦେଖିବାକୁ ମିଳିଛି । ସଂପୃକ୍ତ ମଦ ବ୍ୟବସାୟୀ ମନଇଛା ଶୋଷଣ କରୁଥିବାର ଅଭିଯୋଗ ହେଉଛି । ଅବକାରୀ ବିଭାଗର ନିୟମାନୁଯାୟୀ ଠିପି ବନ୍ଦ ମଦ ଦୋକାନ ତଥା ତତ୍ ସଂଲଗ୍ନ ପରିସରରେ ମଦ ପିଇବା ସମ୍ପୁର୍ଣ୍ଣ ନିଷେଧ ଥିବା ବେଳେ ଉକ୍ତ ସ୍ଥାନରେ ଖୁଲୁମ ଖୁଲା ମଦ ପିଉଥିବାର ଦେଖିବାକୁ ମିଳିଛି ଏବଂ ସଂପୃକ୍ତ ମଦ ଦୋକାନ ମାଲିକ ଏହାକୁ ବାରଣ କରିବା ପରିବର୍ତେ ଅଧିକ ପ୍ରୋତ୍ସାହନ ଦେଉଥିବାର ଦେଖିବାକୁ ମିଳୁଛି । ମଦ୍ୟପ ମାନେ ଏହି ସ୍ଥାନରେ ମଦ୍ୟପାନ କରି ଆଖପାଖ ସ୍ଥାନରେ ବୋତଲ, ପାଣିପାଉଚ୍ ଏବଂ ପ୍ଳାଷ୍ଟିକ ପାଣି ବୋତଲ, ଗ୍ଳାସ ଗୁଡ଼ିକୁ ୫୯ ନଂ ଜାତୀୟ ରାଜପଥ ଏବଂ ନିକଟବର୍ତି ନାଳରେ ପକାଇବା ଯୋଗୁଁ ଜାତୀୟ ରାଜପଥ ଅପରିଷ୍କାର ହେବା ସହ ନର୍ଦ୍ଧମା ଜାମ୍ ହୋଇ ବର୍ଷା ହେଲେ ନର୍ଦ୍ଧମା ଜଳ ପ୍ରବାହିତ ହୋଇନପାରି କୃତିମ ବନ୍ୟା ସୃଷ୍ଟି ହେବା ସହ ଜାତୀୟ ରାଜପଥ ଉପରେ ନର୍ଦ୍ଧମା ଜଳ ଲହନି ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ସଂପୃକ୍ତ ବିଦେଶୀ ମଦ ଦୋକାନଟି ୫୯ ନଂ ଜାତୀୟ ରାଜପଥ ଠାରରୁ ମାତ୍ର ୨୦ ମିଟର ଦୂରରେ ଅବସ୍ଥିତ ଥିବା ଯୋଗୁଁ ବହୁ ସମୟରେ ଉକ୍ତ ରାଜପଥ ଦେଇ ଯାତାୟତ କରୁଥିବା ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ମଦୁଆ ମାନେ ବହୁ ସମୟରେ ରାସ୍ତା ଉପରେ ଖୁଲୁମଖୁଲା ମଦ ପିଇବାକୁ ପଛାଉନାହାନ୍ତି । ଏପରିକି ରାତି ୧୦ ଟା ପରେ ମଦ ଦୋକାନ ବନ୍ଦ କରିବାକୁ ନିୟମ ରହିଥିଲେ ମଧ୍ୟ ରାତି ୧୧ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଥିବାର ଦେଖିବାକୁ ମିଳୁଛି । ସଂପୃକ୍ତ ମଦ ବ୍ୟବସାୟୀ ଏପରି ଅନିୟମିତତା ଆଚରଣ କରୁଥିଲେ ମଧ୍ୟ ବିଭାଗୀୟ ସ୍ତରରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଉନଥିବା ନେଇ ସହରର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ମଦ୍ୟପ ମାନେ ମଦ୍ୟପାନ କରି ଆଶଳୀନ ଆଚରଣ ପଦର୍ଶନ କରୁଥିବାରୁ ଉକ୍ତ ରାଜପଥ ଦେଇ ଯାତାୟତ କରୁଥିବା ଶିକ୍ଷାର୍ଥୀ, ଝିଅବୋହୁ ଓ ପଥଚାରୀ ମାନେ ଯିବାକୁ ଉଚିତ ମଣୁନାହାନ୍ତି । ଏଠାରେ ଅବାଧରେ ମଦ ବ୍ୟବସାୟ ଚାଲିଥିବା ଯୋଗୁଁ ମଦ୍ୟପାନ କରି ଚାଳକ ମାନେ ଗାଡ଼ି ଚଳାଉଥିବା ଯୋଗୁଁ ବହୁ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟି ଧନଜୀବଦ କ୍ଷତି ହେଉଥିବାର ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସଂପୃକ୍ତ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ମଦ୍ୟପାନ କରୁଥିବା ମଦୁଆ ମାନଙ୍କୁ ସାବାଡ଼ କରିବା ଲାଗି ଆବଶ୍ୟକୀୟ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥିବା ବେଳେ କିଛି ଦିନ ଧରି ମଦୁଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । କିଛି ଦିନ ପରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ପୁଣି ଥରେ ଜାତୀୟ ରାଜପଥ ଉପରେ ମଦୁଆ ମାନଙ୍କ ଅଶଡ୍ଡା ଜମୁଥିବାର ଦେଖିବାକୁ ମିଳୁଛି । ଅବକାରୀ ବିଭାଗର କେତେକ କର୍ମଚାରୀ ମଦଦୋକାନ ମାଲିଙ୍କ ସହ ଅସାଧୁ ମେଂଟ କରି ତାଙ୍କ ଠାରୁ ମାସିକିଆ ମୋଟା ଅଙ୍କର ବଟି ନେଉଥିବା କାରଣରୁ ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରୁନଥିବାର ଅଭିଯୋଗ ହେଉଛି । ଜିଲ୍ଲା ଅବକାରୀ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକୀୟ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ପ୍ରକାଶ ଥାଉକି, ହିଂଜିଳିକାଟୁ ପୌରାଂଚଳ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ୨ ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି ।


