ପାରଳାରେ ଜାଗା ମିଶନ ଆରମ୍ଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କର ଜାଗା ମିଶନ କାର୍ଯ୍ୟକ୍ରମ ଆଜି ଠାରୁ ପାରଳାଖେମୁଣ୍ଡି ପୌର ପରିଷଦରେ ଆରମ୍ଭ ହୋଇଛି । ବସ୍ତିକୁ ବାସପଯୋଗୀ ବସତିରେ ପରିଣତ କରିବା ପାଇଁ ବସ୍ତି ବାସୀନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ପ୍ରମାଣପତ୍ର ବଣ୍ଟନ କରାଯାଇଛି । ଏହି ମିଶନ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକରୀ କରୀଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଆଜି ରାଜ୍ୟ ସରକାରଙ୍କର ଜାଗା ମିଶନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ପାରଳା ପୌର ପରିଷଦ ନିର୍ବହୀ ଅଧିକାରୀ ଅଶୋକ କୁମାର ରାଉତ ଜଣାଇଛନ୍ତି,ପୌର ପରିଷଦରେ ମୋଟ ୮୯୦ ଜଣଙ୍କୁ ପ୍ରମାଣପତ୍ର ଦିଆଯିବା ନିର୍ଦ୍ଧାରଣ ହୋଇଛି । ଆଜି ପ୍ରଥମ ଦିନରେ ୨୧୦ଜଣ ବସ୍ତି ବାସୀନ୍ଦାଙ୍କୁ ଭୁମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୌର ପରିଷଦରେ ଚାଲୁ ରହିବ ।


