ଗଜପତି ଜିଲ୍ଲାରେ ୯୫.୪୮ ମିଲିମିଟର ବର୍ଷା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବାର ଜଣାପଡିଛି । ଆଜି ସକାଳ ୧୧ଘଣ୍ଟା ସମୟରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ୭ଗୋଟି ବ୍ଲକରେ ମୋଟ ୯୫.୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ ଜିଲାରେ ଚଳିତ ମାସ ଅକ୍ଟୋବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷିବ ବୋଲି ପୂର୍ବାନୁମାନ କରାଯାଇଥିଲା । ତେବେ ଆଜି ଜିଲାରେ ମୋଟ ୯୫.୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀ କାଳୀନ ବିଭାଗ ସୂତ୍ରରୁ ପ୍ରକାଶ । କାଶୀନଗର ବ୍ଲକରେ ସର୍ବାଧିକ ୫୧.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଆର୍‌.ଉଦୟଗିରି ବ୍ଲକରେ ୭୫.୨, ପାରଳାଖେମୁଣ୍ଡି ସହରରେ୧୧୭.୦ ମିଲିମିଟର ବର୍ଷା, ରାୟଗଡା ବ୍ଲକରେ ୧୧୪.୦ମିଲିମିଟର, ଗୁମ୍ମା ବ୍ଲକରେ ୯୪.୦, ନୂଆଗଡ ବ୍ଲକରେ ୭୨.୦, ମୋହନା ବ୍ଲକରେ ୧୩୩.୨ ମିଲିମିଟର ଓ ଗୋଷାଣୀରେ ୧୦୭.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲାରେ ହାରାହାରି ମୋଟ ବୃଷ୍ଟିପାତ ୭୬୩.୮ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ହାରାହରି ବୃଷ୍ଟିପାତର ୯୫.୪୮ ଅଟେ ବୋଲି ଜିଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ପ୍ରକାଶ । ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହି ବ୍ୟାପକ ବନ୍ଦୋବସ୍ତ କରାଯାଇ ଲୋକଙ୍କୁ ସତର୍କତା ଅବଲମ୍ବନ କରାଇଥିବାର ଜଣାପଡିଛି । ବିଶେଷ କରି ପାହାଡ ଧଷିବା ଓ ବିପଦ ସଙ୍କୁଳ ସ୍ଥାନରେ ବସବାସ କରୁଥିବା ଗ୍ରାମ ଉପରେ ତୀକ୍ଷଣ ନଜର ରଖାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ମୋହନା, ଚନ୍ଦ୍ରଗିରି, ଛେଳିଗଡ, ଆର୍‌.ଉଦୟଗିରି, ରାମଗିରି, ରାୟଗଡ, କଇଁପୁର, ଖାଣ୍ଡବା, କାଶୀନଗର ପ୍ରଭୃତି ଅଞ୍ଚଳରେ ଦିନ ତମାମ ବର୍ଷା ଲାଗି ରହିଥିବାର ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ