ଋଣ ଦେବା ନାରେ ଗ୍ରୁପ ମହିଳାଙ୍କ ଠାରୁ ଟଙ୍କା ଆତ୍ମସାତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ପାଟପୁର ଶାଖାର ମେଳାଭଞ୍ଜ ସେବା ସମବାୟ ସମିତି ସମ୍ପାଦକ ବିପିନ ଚନ୍ଦ୍ର ଷଡ଼ଙ୍ଗୀ ଗ୍ରୁପ ଲୋନ ମହିଳା ମାନଙ୍କୁ ବ୍ୟାଙ୍କରୁ ଲୋନ କରେଇଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଯୋଗୁ ମହିଳା ଗ୍ରୁପ ଆମ୍ବ ଗାଁ ସୁମନ୍ତପୁରରୁ ମହିଳା ମାନେ ସମବାୟ ସମିତି ସାମ୍ନାରେ ସମିତିର ସଭାପତି ଗୋପାଳକୃଷ୍ଣ ପାଣିଗ୍ରାହୀଙ୍କୁ ଘେରିଛନ୍ତି | ସମିତିର ସମ୍ପାଦକ ବିପିନ ଚନ୍ଦ୍ର ଷଡ଼ଙ୍ଗୀ କେଉଁ ଆଡେ ଲୁଚିଯାଇଥିବା ଜଣା ପଡିଛି | ଦୀର୍ଘ ଦୁଇ ବର୍ଷ ହେଲା ୪୦ ଗୋଟି ମହିଳା ଗ୍ରୁପ ସମବାୟ ବ୍ୟାଙ୍କ ଜରିଆରେ ଏଲ.ଜି ଗ୍ରୁପ ଲୋନ ଦେବାପାଇଁ ଗୋଟିଏ ଗ୍ରୁପ ଠାରୁ ୨୫୦୦ ଟଙ୍କା ନେଇଥିବା ଅଭିଯୋଗ କରିବା ଜଣାପଡିଛି | ସମିତିର ସଭାପତି ଉକ୍ତ ମହିଳାଙ୍କୁ ବୁଝା ସୁଝା କରି ଯଥା ଶୀଘ୍ର ଗ୍ରୁପ ଲୋନ ଦେବା ପାଇଁ କହିଥିଲେ | ଏନେଇ ବ୍ୟାଙ୍କ ସଖା ପରିଚାଳକ ନିରଞ୍ଜନ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଲେ ଦୀର୍ଘ ଦିନ ହେବ ଏହି ଅଭିଯୋଗଟି ଆସିଛି | ଦୀର୍ଘ ଦିନ ହେବ ସେମାନଙ୍କୁ ଲୋନ ଦେବା ପାଇଁ ବାରମ୍ବାର ସମ୍ପାଦକଙ୍କ ପାଖକୁ ଦୌଡ଼ିଥିଲେ ମଧ୍ୟ ସମ୍ପାଦକ ମହିଳା ମାନଙ୍କୁ ଲୋନ ଦେଇନାହାନ୍ତି | ଲୋନ କରାଇଦେବା ନାମରେ ମହିଳା ମାନଙ୍କ ଠାରୁ କିଛି ଟଙ୍କା ନେଇଥିବା ଅଭିଯୋଗ ହୋଇଛି | ଯଦି ମହିଳା ମାନଙ୍କ ଲୋନ ପାଇଁ ଆବଶ୍ୟକୀୟ କାଗଜ ପତ୍ର ସମ୍ପାଦକ ଦିଅନ୍ତି ତେବେ ଯଥା ଶୀଘ୍ର ଲୋନ ମହିଳା ମାନଙ୍କୁ ଦିଆଯିବ | ମେଳାଭଞ୍ଜ ସମବାୟ ସମିତି ସମ୍ପାଦକ କୃଷକଙ୍କ ନାମରେ ଲୋନ ଉଠାଇ ଆତ୍ମସାଥ କରୁଥିବା ଆଗରୁ ଅଭିଯୋଗ ହୋଇଆସୁଛି | ଚାଷୀଙ୍କୁ ଋଣ ଖାତା  ନ ଦେଇ ସେହି ଖାତା ଗୁଡିକ ସମ୍ପାଦକ ନିଜ ପାଖରେ ରଖିଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି | ଏଭଳି ଦୁର୍ନୀତିର ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ