ଯୋଡା ପୌରପାଳିକାରେ ଭୂମିହୀନଙ୍କୁ ଜାଗା ପ୍ରମାଣ ପତ୍ର ବଣ୍ଟନ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ସୋମବାର ପୂର୍ବାହ୍ନରେ ଓଡିଶା ସରକାରଙ୍କ ଜାଗା ମିଶନ୍ ଯୋଜନା ଶ୍ରେଣୀରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଜମି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର, ପୂର୍ବତନ ଉପ-ନଗରପାଳ ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଯୋଡା ପୌରପାଳିକାର ୧୪ଟି ୱାର୍ଡରେ ସମୁଦାୟ ୬୨୧୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସୋମବାର ଦିନ ତନ୍ମଧ୍ୟରୁ ବନେଇକଳା ଠାରେ ୧୭୫ ଜଣଙ୍କୁ ଭୂମିହୀନଙ୍କୁ ଜାଗା ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏହି ଜମି ଗୁଡିକ ୩୨୩ ବର୍ଗଫୁଟରୁ ସର୍ବାଧିକ ୪୮୦ ବର୍ଗଫୁଟ ମଧ୍ୟରେ ଯୋଗାଇ ଦିଆଯିବ । ପରେ ଜାଗା ପ୍ରମାଣ ପତ୍ର ଦେବା ପରେ ଭୂମି ଅଧିକାର ପତ୍ର ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଯୋଗାଇ ଦେବାର ସରକାରୀ ଯୋଜନା ରହିଥିବା ସେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ