ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଭିଯୁକ୍ତ ଗିରଫ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ଠାରେ ଗତ ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ଲୁହା ପଥର ପରିବହନକୁ ନେଇ ଘଟିଯାଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଭିଯୁକ୍ତ ଆମିର ହୁସେନକୁ (୩୦) ଯୋଡା ଥାନା ପୋଲିସ ସୋମବାର ମଧ୍ୟ ରାତ୍ରୀରେ ଗିରଫ କରି କେଶ ନଂ ୧୩୦/୨୦୨୦ ଦଫା ୧୪୭/ ୧୪୮/ ୪୫୨/ ୩୨୩/ ୩୨୫/ ୪୩୬/ ୪୨୭/ ୩୦୭/ ୫୦୬/ ୧୪୭ ଆଇପିସି ଧାରରେ ମାମଲା ଋଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଖବର ହସ୍ତଗସ୍ତ ହୋଇଛି ।


