ବହି କିଣିବାକୁ ଚାପ ପ୍ରୟୋଗ କଲେ ସ୍କୁଲ ଦେବ ଜରିମାନା

ପାଟନା ଡିଭିଜନର ବେସରକାରୀ ସ୍କୁଲ୍ ଆଗାମୀ ସେଶନ୍ରେ ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରିପାରିବେ ନାହିଁ ବୋଲି ଡିଭିଜନ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଧାର୍ଯ୍ୟଠାରୁ ବେଶି ବୃଦ୍ଧି କରିବାକୁ ହେଲେ ତା’ର କାରଣ ଜଣାଇବାକୁ ପଡିବ ଓ ଡିଭିଜନର ମୁଖ୍ୟଙ୍କ ବିନା ଅନୁମତିରେ ଯଦି ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାଟନା, ନାଲନ୍ଦା, ଭୋଜପୁର, ବକ୍ସର, ରୋହତାସ ଓ କୈସୁର ଜିଲ୍ଲାର ବେସରକାରୀ ସ୍କୁଲଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ବର୍ଷର ଦେୟ ବୃଦ୍ଧି ଲାଗି ନଭେମ୍ବର ୩୦ ସୁଦ୍ଧା ପ୍ରସ୍ତାବ ଦେବା ପାଇଁ କୁହାଯାଇଛି ୟ ଅଭିଭାବକମାନେ ନିଜ ଇଚ୍ଛାରେ ଦେକାନରୁ ବହି ଓ ଖାତା କିଣିପାରିବେୟ ସ୍କୁଲ ସେମାନଙ୍କ ଜଣାଶୁଣା ଦୋକାନରୁ ଏସବୁ କିଣିବା ଲାଗି ଚାପ ପକାଇ ପରିବନାହିଁ । ଯଦି ପକାନ୍ତି, ଅଭିଯୋଗ ଆସିଲେ ପ୍ରଥମ ଥର ୧ ଲକ୍ଷ ଓ ଦ୍ୱିତୀୟ ଥର ଅଭିଯୋଗ ହେଲେ ୨ ଲକ୍ଷ ଟଙ୍କା ଜରିମାନା ଦେବେ । ଏ ବାବଦରେ ତୃତୀୟ ଥର ଅଭିଯୋଗ ହେଲେ ସ୍କୁଲର ଆଫିଲେଶନ ରଦ୍ଦ କରାଯିବ । ପ୍ରତ୍ୟେକ ସ୍କୁଲ୍ ନିଜ ୱେବ୍ସାଇଟ ଖୋଲିିବେ । ଏଥିରେ ଦେୟ ବାବଦରେ ସବୁ ବିବରଣୀ ପ୍ରଦାନ କରିବେ ଓ ଏହାର ଏକ କପି ନୋଟିସ ବୋର୍ଡରେ ବି ଲଗାଇବେ । ଛାତ୍ରଛାତ୍ରୀଙ୍କ ଲାଗି ଅଲଗା ଅଲଗା ଟଏଲେଟ କରିବାକୁ ପଡିବ । ଛାତ୍ରୀଙ୍କ ଟଏଲେଟ ସଫା କରିବା ପାଇଁ ମହିଳା ସଫେଇକର୍ମୀ ନିଯୁକ୍ତ ହେବେ । ଛାତ୍ରୀଙ୍କ ପାଇଁ ମହିଳା କାଉନସିଲର ବି ରହିବେ । ସ୍କୁଲର କାର୍ଯ୍ୟରତ ଗାର୍ଡ, ସଫେଇକର୍ମୀ, ଡ୍ରାଇଭର, ପିଅନଙ୍କ ଠିକଣା ୧୫ ଦିନ ମଧ୍ୟରେ ଥାନାରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବସ୍ରେ ମ୍ୟୁଜିକ ସିଷ୍ଟମ ବି ରହିବନି । ଜିଲ୍ଲା ପରିବହନ ଅଧିକାରୀ ବସର ଯାଞ୍ଚ କରିବେ । ଯଦି ଏହାର ଉଲ୍ଲଙ୍ଘନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍କୁଲରେ ବୃଦ୍ଧି ପାଉଥିବା ଅପରାଧ ଆଶଙ୍କା କମ୍ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ