ନୋଟିଫିକେସନ ଚିନ୍ତାରେ ପକାଉଛି କି ?

ଦିନକୁ ଦିନ ବଦଳୁଛି ଜୀବନ । ଏହାରି ସହ ବଦଳୁଛି ଯୁବପିିଢ଼ିଙ୍କର ନିତିଦିନିଆ ଜୀବନ । ବର୍ତ୍ତମାନ ଯୁବପିଢ଼ି ସ୍ମାର୍ଟଫୋନ୍ ପ୍ରେମରେ ପାଗଳ ହୋଇଥିବାବେଳେ ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ମୋବାଇଲ ହିଁ ବ୍ୟବହାର କରୁଛନ୍ତି । ସାରାଦିନ ଇ-ମେଲ, ଚାଟ୍, ସୋସିଆଲ ମିଡ଼ିଆ, ଗେମ୍, ଭିଡ଼ିଓ ଚାଟ୍ରେ ସମୟ ବିତୁଛି । ଟେକ୍ନୋଲୋଜି ଜୀବନକୁ ଯେତିକି ସହଜ କରୁଛି, ଏହାର ଅତ୍ୟଧିକ ବ୍ୟବହାର ଜୀବନକୁ ସେମିତି ନିରସ ମଧ୍ୟ କରୁଛି । ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଆସୁଥିବା ଲଗାତର ନୋଟିଫିକେସନ ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିଥାଏ । ଯଦି ଫେସ୍ବୁକ୍, ହ୍ୱାଟସ୍ଅପ୍ ଭଳି ସୋସିଆଲ ମିଡ଼ିଆର ନୋଟିଫିକେସନ୍କୁ ବାରମ୍ବାର ଦେଖୁଛନ୍ତି, ତେବେ ଏହି ଅଭ୍ୟାସ ଉପରେ ଲଗାମ ଲଗାଇବା ବହୁତ ଜରୁରୀ । ଦିନର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଣ୍ଣୟ କରି ଏସବୁ ନୋଟିଫିକେସନ୍ ପଢ଼ନ୍ତୁ । ମୋବାଇଲ୍ ଡାଟା ବି ବନ୍ଦ ରଖନ୍ତୁ । ଫଳରେ ନୋଟିଫିକେସନ୍ ଆପଣଙ୍କୁ ବ୍ୟସ୍ତ କରିପାରିବନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ