ପ୍ରଗତି ମହୋତ୍ସବ-୨୦୨୬ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ)  : ଲୋକନୃତ୍ୟ, ଲୋକକଳା ଓ ବିଭିନ୍ନ ନୃତ୍ୟରେ କମ୍ପି ଉଠିଲା ସାଂସ୍କୃତିକ ମଂଚ ।  ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପ୍ରଗତି କଳା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ପଣ୍ଡା କଲୋନୀ ପରିସର ରେ ପ୍ରଗତି ମହୋତ୍ସବ – ୨୦୨୬ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ, ରଣପ୍ପା,  କଠଉ , ଚଢେୟା ଚଢେୟାଣୀ ନୃତ୍ୟ, ସମ୍ବଲପୁରୀ  ମଙ୍ଗଳା କୁମ୍ଭ, ପାଇକ ଆଖଡ଼ା ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିଥିଲେ ।  ଉପସ୍ଥିତ ଅଭିଭାବକ, ଅଭିଭାବିକା ଏବଂ ଅତିଥି ମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମନ ଖୋଲି ଉପଭୋଗ କରିଥିଲେ । ପ୍ରଗତି କଳା କେନ୍ଦ୍ରର ସମ୍ପାଦକ ସୁଧାଂଶୁ ଶେଖର ଶତପଥି  ଏବଂ କାର୍ଯ୍ୟାଳୟ ର ପରିଚାଳିକା ଏମ୍‌. ରାଧା କୁମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ   ମୁଖ୍ୟ ଅତିଥି ଭାବେ ସଙ୍ଗୀତ ରତ୍ନ, ଗ୍ଲୋବାଲ ଡ୍ୟାନ୍ସ ଆଇକନ ତଥା ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ  କରିଥିଲେ । ଗଞ୍ଜାମ ମାଟି କଳା ଓ ସଂସ୍କୃତିର ମାଟି । ଏହି ମାଟି ଅନେକ କଳାକାର ମାନଙ୍କୁ ଜନ୍ମ ଦେଇଛି । ଏଠି କଳାକାର ମାନଙ୍କୁ ସମ୍ମାନ ଦିଆଯାଏ । ଯାହା ଫଳରେ ଏଠାକାର ପ୍ରତିଭାବାନ କଳାକାର ମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଏଣୁ ଏହି ମାଟିରେ ମୁଁ ଉପସ୍ଥିତ ରହିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ନିଜ ଅଭିଭାଷଣରେ ଆନ୍ତର୍ଜାତୀୟ ନୃତ୍ୟ ଗୁରୁ ଶ୍ରୀ ଯୋଶୀ କହିଥିଲେ । ପ୍ରଗତି କଳା କେନ୍ଦ୍ର ପ୍ରଗତି ପଥରେ ଆଗେଇବ ବୋଲି ମଧ୍ୟ ସେ କହିଥିଲେ । ପଦ୍ମଶ୍ରୀ ସିମାଞ୍ଚଳ ପାତ୍ର,ଲୋକ ନୃତ୍ୟ ଗୁରୁ ଶରତ ଚନ୍ଦ୍ର ମହାପାତ୍ର ଓ ସନ୍ତୋଷ କୁମାର ପାଢ଼ୀ, କଂଗ୍ରେସ ପିସିସି ସଭ୍ୟ ତଥା ବରିଷ୍ଠ ଆଇନଜୀବି ଶମ୍ଭୁ ପାଣିଗ୍ରାହୀ, ମାଲକାନଗିରି ର ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ତଥା ଲେଖକ ଭାଗିରଥି ବେହେରା, ପ୍ରଗତି କଳା କେନ୍ଦ୍ରର ପରିଚାଳନା ନିର୍ଦେଶକ କାର୍ତ୍ତିକ ପାଣିଗ୍ରାହୀ  ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଅନୁଷ୍ଠାନର ଉତ୍ତୋରତ୍ତୋର ଉନ୍ନତି କାମନା କରିଥିଲେ । ଏହି ଅବସର ରେ ଲୋକ ନୃତ୍ୟ ଗୁରୁ, ବିଭିନ୍ନ କଳାରେ ପାରିଦର୍ଶିତ ଗୁରୁ ଏବଂ  କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l  ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତି କଳା କେନ୍ଦ୍ର ର ସମ୍ପାଦକ ସୁଧାଂଶୁ ଶେଖର ଶତପଥି,    ପରିଚାଳିକା ଏମ୍‌. ରାଧା କୁମାରୀ ଓ ପରିଚାଳନା ନିର୍ଦେଶକ କାର୍ତ୍ତିକ ପାଣିଗ୍ରାହୀ  ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ବହୁ ସଦସ୍ୟ ଓ କଳାକାର ମାନେ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ  ଏଙ୍କର ଭାବେ ଶିବାନନ୍ଦ ବାରିକ ଏବଂ ବସୁନ୍ଧରା ପାଣିଗ୍ରାହୀ ସଂଯୋଜନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ