କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ଦହିପାଣି ବଣ୍ଟନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ପୁରୁଣା ଜିଲ୍ଲା କୋର୍ଟ ସନ୍ନିକଟ ରାସ୍ତା ପାଶ୍ୱର୍ରେ ଦହିପାଣି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଡାକ୍ତର ବିଶ୍ୱପ୍ରକାଶ କାନୁନ୍‌ଗୋ ଉଦଘାଟନ କରିଥିଲେ।କରଣ ସମାଜ ସଭାପତି ସୁଧାଂଶୁ ଶେଖର ରାୟ ଓ ସମ୍ପାଦକ ଲୋହିତ କୁମାର ମହାନ୍ତିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହି ରାସ୍ତାଦେଇ ଯାଉଥିବା ଶହ ଶହ ଲୋକ ପ୍ରବଳ ଖରାରେ ଦହିପାଣି ପିଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରବିନାରାୟଣ ମହାନ୍ତି, ସମ୍ପାଦକ ନିହାରରଞ୍ଜନ ମହାପାତ୍ର, ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ମନୋଜ କୁମାର ମହାନ୍ତି, ସମାଜର ସଂଗଠନ ସମ୍ପାଦକ ବିଚିତ୍ର କୁମାର ମହାନ୍ତି, ଉପସଭାପତି ବସନ୍ତ କୁମାର ଦାସ, ଶୈଳେନ୍ଦ୍ର କୁମାର ମହାନ୍ତି, ସମାଜସେବୀ ରଞ୍ଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ