ବରିଷ୍ଠ ଶିକ୍ଷକଙ୍କ ପରଲୋକ 

ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଂଚାୟତ ଏରେଡା ଗ୍ରାମର ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ମହାନ୍ତିଙ୍କର ମଙ୍ଗଳବାର ପରଲୋକ ହୋଇଛି । ସ୍ୱର୍ଗତ ମହାନ୍ତି ପହଙ୍ଗା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଶିକ୍ଷକତା କରୁଥିଲେ । ଏହା ସହିତ ଏକାଧାରରେ ଜଣେ ସାହିତ୍ୟଜ୍ଞ, ପ୍ରକୃତିପ୍ରେମୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଶେଷକୃତ୍ୟ ନିଜ ଗ୍ରାମ ଏରେଡା ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ମନ୍ନ ହୋଇଥିଲା । ଏଥିରେ ବହୁ ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ । ତାଙ୍କ ବିୟୋଗ ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ