ଚକଲେଟ୍‌ ଦେଇ ନାବାଳିକାକୁ ବଳାତ୍କାର ! ଅଭିଯୁକ୍ତ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ  ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ୪୦ ବର୍ଷର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିରାଗାଡା ଗାଁର ନିହିଶ୍ୱର ପ୍ରଧାନ।ଗତ ୯ ତାରିଖରେ ବାପା-ମାଆ ନାବାଳିକାକୁ ଘରେ ଛାଡି କାମକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନିହିଶ୍ୱର ପ୍ରଧାନ ନାବାଳିକାକୁ ବିସ୍କୁଟ ଚକଲେଟ ଦେବା ବାହାନାରେ ନିକଟସ୍ଥ ବୁଦା ମୂଳକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଏ ନେଇ ବାପା-ମାଆଙ୍କୁ ଜଣାଇଥିଲା। ପରେ ନାବାଳିକାଙ୍କ ବାପା-ମା ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତକୁ ତେରାବାଡି ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ